ବଲିଉଡ୍-ଡ୍ରଗ୍ସ ଲିଙ୍କ ପ୍ରସଙ୍ଗ: ଜୟାଙ୍କୁ କଡ଼ା ଜବାବ ଦେଲେ କଙ୍ଗନା

ମୁମ୍ବାଇ: ବଲିଉଡ୍-ଡ୍ରଗ୍ସ ଲିଙ୍କକୁ ନେଇ ସଂସଦରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚନଙ୍କ ମନ୍ତବ୍ୟ ଉପରେ ଜବାବ ଦେଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଟ୍ଵିଟ୍ କରି ଜୟାଙ୍କୁ କଡ଼ା ଜବାବ ଦେଇଛନ୍ତି କଙ୍ଗନା।

କଙ୍ଗନା କହିଛନ୍ତି ଯଦି କିଶୋର ବୟସରେ ଆପଣଙ୍କ ଝିଅଙ୍କୁ ଡ୍ରଗ୍ସ ଦିଆଯିବା ସହ ଦୁର୍ବବହାର କରାଯାଇଥାନ୍ତା, ତାହାଲେ ଜୟା ବଚନ ଏଭଳି ମନ୍ତବ୍ୟ ରଖିଥାନ୍ତେ କି?

ଯଦି ଅଭିଷେକ ବଚନ ଲଗାତାର ଭାବେ ନିର୍ଯାତନା ଅଭିଯୋଗ ଆଣିବା ସହ ଦିନେ ଫାଶୀରେ ଝୁଲିଥିବା ଦେଖିବାକୁ ପାଇଥାନ୍ତେ ଜୟା, ତେବେ ସେ ଆଜି ଏପରି କହିନଥାନ୍ତେ ବୋଲି କଙ୍ଗନା ଟ୍ବିଟ୍ କରିଛନ୍ତି।

ପ୍ରକାଶ ଥାଉକି ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗରେ ରାଜ୍ୟ ସଭାରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। କେବଳ କିଛି ଲୋକଙ୍କ ପାଇଁ ବଲିଉଡ୍‌କୁ ବଦନାମ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି।

ମୋତେ ଲଜ୍ଜା ଲାଗୁଛି, ଗତକାଲି ସଂସଦରେ ଜଣେ ସାଂସଦ ଯିଏକି ଫିଲ୍ମ ଇଣ୍ଟଷ୍ଟ୍ରିରୁ ଆସିଛନ୍ତି, ସେ ଏହି ଇଣ୍ଡଷ୍ଟ୍ରି ବିରୋଧରେ ମନ୍ତବ୍ୟ ଦେଇଥିଲେ। ହେଲେ ଏପରି ମନ୍ତବ୍ୟ ଲଜ୍ଜାଜନକ ବୋଲି ଜୟା କହିଛନ୍ତି। ଜୟା ବଚ୍ଚନ କହିଛନ୍ତି, କିଛି ଲୋକଙ୍କ ଯୋଗୁ ପୂରା ଇଣ୍ଡଷ୍ଟ୍ରିକୁ ବଦନାମ କରାଯାଇ ପାରିବ ନାହିଁ।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like