ସୋନିଆଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ, ‘ଏପରି ନିରବତାର ପରିଣତି ଇତିହାସ ନିର୍ଦ୍ଧାରଣ କରିବ’

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର-ବଲିଉଡ ଆକ୍ଟ୍ରିସ୍‌ କଙ୍ଗନା ରଣାୱତ୍‌‌ ମଧ୍ୟରେ ଚାଲଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଚି। ମହାରାଷ୍ଟ୍ର ମେଣ୍ଟ ସରକାରରେ ଥାଇ ମଧ୍ୟ କଂଗ୍ରେସ ଏହି ବିବାଦରେ ନିରବ ଦର୍ଶକ ସାଜିଛି। ଏକ ଜାତୀୟ ଦଳର ଏପରି ନିରବତାକୁ ଦେଖି ବଲିଉଡ ଅଭିନେତ୍ରୀ କଙ୍ଗନା ବର୍ଷିଛନ୍ତି। ଶୁକ୍ରବାର କଙ୍ଗନା ଲଗାତାର ୩ଟି ଟ୍ୱିଟ୍‌ କରି ଏହି ମାମଲାରେ ସୋନିଆ ଗାନ୍ଧି କୌଣସି ପ୍ରତିକ୍ରିୟା ରଖି ନ ଥିବାରୁ ପ୍ରଶ୍ନ କରିଛନ୍ତି। ତାଙ୍କ ଉପରେ ଏପରି ଅତ୍ୟାଚାର କରାଯାଉଥିବା ଦେଖି ସୋନିଆ କୌଣସି ଉତ୍ତର ରଖିବେନି କି ବୋଲି ସେ ପଚାରିଛନ୍ତି।

ଏକ ଟ୍ୱିଟ୍‌ରେ ଶିବସେନା ସଂସ୍ଥାପକ ବାଲସାହେବ ଠାକ୍‌ରେଙ୍କୁ ସ୍ମରଣ କରିଛନ୍ତି କଙ୍ଗନା। ବାଲସାହେବଙ୍କର ଏକ ପୁରୁଣା ଭିଡିଓ ଶେୟାର କରି ଶିବସେନା କିପରି ସ୍ଥିତିରେ ପହଞ୍ଚିଲାଣି ତାହା ଜଣାଇବାକୁ ଚେଷ୍ଟା କରିଛନ୍ତି। ସେ ଲେଖିଛନ୍ତି, ମୋର ଆଦର୍ଶ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଅନ୍ୟତମ ବାଲା ସାହେବ ଠାକ୍‌‌ରେଙ୍କର ସବୁଠାରୁ ବଡ ଭୟ ଥିଲା ଯେ, ଶିବସେନା କୌଣସି ଦିନ ମେଣ୍ଟ କରିନେବ ଏବଂ କଂଗ୍ରେସ ପାଲଟି ଯିବ। ମୁଁ ଜାଣିବାକୁ ଚାହୁଁଛି, ଆଜି ନିଜ ଦଳର ଅବସ୍ଥା ଦେଖି ତାଙ୍କର ଅବସ୍ଥା କ’ଣ ହେଉଥିବ ?

ଅନ୍ୟ ଏକ ଟ୍ୱିଟ୍‌‌ କରି କଙ୍ଗନା ଲେଖିଛନ୍ତି, ‘ଆଦରଣୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଜୀ, ମହାରାଷ୍ଟ୍ରରେ ଆପଣଙ୍କ ସରକାର ମୋ ସହ ଯେପରି ବ୍ୟବହାର କଲା ତାହା ଦେଖିବା ପରେ ଆପଣଙ୍କର ରାଗ ଆସୁନି ?’

‘ଏସବୁ ଦେଖିବା ପରେ ଆପଣ ନିଜ ସରକାରଙ୍କୁ ଡକ୍ଟର ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ପାଳନ କରିବା ପାଇଁ କହିବେ ନାହିଁ ?’

ଟ୍ୱିଟ୍‌‌‌ରେ ଆହୁରି ଉଲ୍ଲେଖ କରାଯାଇଛି, ଆପଣ ପାଶ୍ଚାତ୍ୟ ଦେଶରେ ଜନ୍ମ ହୋଇ ଭାରତରେ ରହୁଛନ୍ତି। ଆପଣଙ୍କୁ ମହିଳାଙ୍କ ସଂଘର୍ଷ ସମ୍ପର୍କରେ ଜଣାଥିବ। ଆପଣଙ୍କ ସରକାରରେ ଯେତେବେଳେ ମହିଳାଙ୍କୁ ଶୋଷଣ ଶିକାର ହେବାକୁ ପଡ଼ୁଛି, ଆଇନର ଅବମାନନା କରାଯାଉଛି, ସେତେବେଳେ ଆପଣ ନିରବ ରହୁଛନ୍ତି। ଆପଣଙ୍କର ଏହି ନିରବତାକୁ ଇତିହାସ ଆଙ୍କିବ। ମୋର ବିଶ୍ୱାସ, ଆପଣ ଏଥିରେ ହସ୍ତକ୍ଷେପ କରିବେ।

ସୂଚନାଥାଉ କି, କିଛି ଦିନ ତଳେ କଙ୍ଗନା ମୁମ୍ବାଇକୁ ପାକ୍‌ ଅଧିକୃତ କାଶ୍ମୀର ସହ ତୁଳନା କରିଥିଲେ। ଏହାକୁ ଶିବସେନା ବିରୋଧ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଏହାପରେ ବିଏମ୍‌ସି କଙ୍ଗନାଙ୍କ ଅଫିସକୁ ଅବୈଧ ବୋଲି କହି ଭାଙ୍ଗି ଦେଇଥିଲା ଯାହାକୁ ନେଇ ବିବାଦ ଆହୁରି ବଢିଯାଇଥିଲା। ଏହା ପରେ କଙ୍ଗନା ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ବିଏମ୍‌ସି କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଆହୁରି ପଢ଼ନ୍ତୁ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

You might also like