କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌‌ ଏବଂ ମହାରାଷ୍ଟ୍ର ସରକାର ଭିତରେ ଚାଲିଥିବା ବାକ୍‌‌ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମ୍‌ସି ଅବୈଧ ବୋଲି କହି ତାଙ୍କ ଅଫିସକୁ ଭାଙ୍ଗି ଦେଇଥିଲା। ଏବେ ଗ୍ରେଟର ମୁମ୍ବାଇ ମହାନଗରପାଳିକା କଙ୍ଗନାଙ୍କ ଘର ଉପରେ ତେଢା ନଜର ପକାଇଛନ୍ତି। ତାଙ୍କ ବାସଗୃହ ଉପରେ ବିଏମ୍‌ସି ଆଣିଛି ଅନେକ ଅଭିଯୋଗ।

ବିଏମ୍‌ସିର କହିବା ଅନୁଯାୟୀ, କଙ୍ଗନାଙ୍କ ଘର ନିର୍ମାଣ କାର୍ଯ୍ୟ ଆଇନ ସମ୍ମତ ନୁହେଁ। ଏହାର ଏକ ଲମ୍ବା ତାଲିକା ବିଏମ୍‌ସି ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଯାହାର ଶୁଣାଣି ସେପ୍ଟେମ୍ବର ୨୫ ତାରିଖରେ ହେବ। କଙ୍ଗନା ମୁମ୍ବାଇର ଖାର ୱେଷ୍ଟ୍‌ ସ୍ଥିତ ଡିବି DB Orchid Breeze ୧୬ ନମ୍ବର ରୋଡ୍‌ ଏକ କୋଠାର ୫ମ ମହଲାରେ ରୁହନ୍ତି। ଏହି ମହଲାରେ କଙ୍ଗନାଙ୍କର ପ୍ରାୟ ୩ଟି ଫ୍ଲାଟ ରହିଛି। ଏଥି ମଧ୍ୟରୁ ଗୋଟିଏ ଫ୍ଲାଟ ୭୯୭ ସ୍କୋୟାର ଫୁଟ୍‌ , ଆଉ ଦୁଇଟି ଯଥାକ୍ରମେ ୭୧୧ ଓ ୪୫୯ ସ୍କୋୟାର ଫୁଟର ଅଟେ। ୨୦୧୩ ମାର୍ଚ୍ଚ ୮ ତାରିଖରେ ଏହି ୩ଟି ଯାକ ଫ୍ଲାଟ କଙ୍ଗନାଙ୍କ ନାମରେ ରେଜିଷ୍ଟେର୍ଡ ହୋଇଥିଲା।

ଫ୍ଲାଟ ନେବାର ୫ ବର୍ଷ ପରେ ଅର୍ଥାତ୍‌ ୨୦୧୮ ମାର୍ଚ୍ଚ ୧୩ ତାରିଖରେ ବିଏମ୍‌ସି ଏହି ଫ୍ଲାଟ ଭିତରେ ହୋଇଥିବା ଅବୈଧ ନିର୍ମାଣ ବିରୋଧରେ ଅଭିଯୋଗ ଆଣିଥିଲେ। ପୁଣି ୨୦୧୮ ମାର୍ଚ୍ଚ ୨୬ ତାରିଖରେ ଏହି ତିନୋଟି ଫ୍ଲାଟକୁ ବିଏମସି ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହି ଦିନ ଅନିଧିକୃତ ନିର୍ମାଣ ହୋଇଥିବା ଦର୍ଶାଇ ଏମଆରଟିପି ଅଧିନିୟମର ୫୩/୧ ଅଧିନରେ ବିଏମସି କଙ୍ଗନାକୁ ନୋଟିସ୍‌ କରିଥିଲା

କଙ୍ଗନାଙ୍କ ଫ୍ଲାଟରେ ଅବୈଧ ନିର୍ମାଣକୁ ନେଇ ବିଏମସି ପକ୍ଷରୁ କୁହାଯାଇଛି…
୧- ଇଲେକ୍ଟିକ୍‌ ଫିଟିଙ୍ଗକୁ ସିମେଣ୍ଟ ଦିଆଯାଇ ଫିଲ୍ଅପ୍ କରାଯାଇଛି ଏବଂ ଏହାକୁ କାର୍ପେଟ ଏରିଆ ଭାବେ ବ୍ୟବହାର କରାଯାଉଛି।
୨-ଗଛ ଲଗାଇବା ପାଇଁ ଦିଆଯାଇଥିବା ସ୍ଥାନରେ ସିଢି କରାଯାଇଛି।
୩-ଝରକାରେ ଲାଗିଥିବା ବାଲ୍‌‌କୋନି ୱାଲ୍‌କୁ ଭାଙ୍ଗି ତାହାକୁ ବାଲ୍‌‌କୋନି ନିର୍ମାଣ କରାଯାଇଛି।
୪- ସର୍ଭିସ୍‌ ସ୍ଲାବକୁ ସିମେଣ୍ଟ କଂକ୍ରିଟରେ ଫିଲ୍ଅପ୍ କରାଯାଇଛି ଏବଂ ଆଡଜଷ୍ଟମେଣ୍ଟ କାନ୍ଥକୁ ଭାଙ୍ଗି ବାଲ୍‌କୋନି ସହ ମିଶାଇ ଏକ ରୁମ୍‌ କରି ଦିଆଯାଇଛି।
୫- ଉତ୍ତର-ପଶ୍ଚିମରେ ଥିବା ସିଢି ଏବଂ ରୋଷେଇ ଘର ମଧ୍ୟରେ ଥିବା କମନ୍‌ ରାସ୍ତା ଏବଂ ରୋଷେଇ ଘର ପାଖରେ କବାଟ ତିଆରି କରି ଏହାକୁ କଭର କରି ଦିଆଯାଇଛି।
୬-ତିନୋଟି ଯାକ ଫ୍ଲାଟସ ମଧ୍ୟରେ ଦିଆଯାଇଥିବା କମନ୍‌ ଜାଗାରେ ଲିଫ୍ଟ ସମ୍ମୁଖରେ ଅବୈଧ ଭାବେ କବାଟ ଲଗାଯାଇଛି।
୭-ତିନୋଟି ଯାକ ଫ୍ଲାଟସକୁ ଯୋଡ଼ିବା ପାଇଁ କମନ୍‌ ୱାଲ୍‌କୁ ଭାଙ୍ଗି ଦିଆଯାଇଛି।
୮- ବାଥରୁମ୍ ପାଖରେ ଥିବା ନାଳର ଆକାରକୁ ବଦଳା ଯାଇଛି କିମ୍ବା କଭର କରି ଦିଆଯାଇଛି।

ବିଏମ୍‌ସି ଅଧିକାରୀଙ୍କ କହିବା ଅନୁଯାୟୀ, ଏସବୁ ଆଇନର ଉଲ୍ଲଘଂନ କଙ୍ଗନା ରଣାୱତ୍‌ଙ୍କ କାର୍ଯ୍ୟାଳୟ ତୁଳନାରେ ବହୁତ ଗମ୍ଭୀର। ସେଥିପାଇଁ ତାଙ୍କ କାର୍ଯ୍ୟାଳୟ ଭଙ୍ଗା ଯାଇଥିଲା।

ତେବେ ଏଠି କହି ରଖିବୁ, ପ୍ରାରମ୍ଭିକ ଉତ୍ତର ପରେ କଙ୍ଗନା ୨୦୧୮ ମେ ୨୨ରେ ସିଭିଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଏବେ କୋର୍ଟରେ ଅଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଏମ୍‌ସି କୋର୍ଟରେ ଆବେଦନ କରଥିଲା। ଏହାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୫ରେ ହେବାର ଅଛି।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like