ନିର୍ବାଚିତ ହେବା ପରେ କମଲା କହିଲେ, ‘ମୁଁ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇପାରେ କିନ୍ତୁ ଶେଷ ନୁହେଁ’

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏଥର ନିର୍ବାଚନରେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଓ ତାଙ୍କୁ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ସେ ଆମେରିକାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଗତ ୪ ବର୍ଷର ଯନ୍ତ୍ରଣା, ଦ୍ୱନ୍ଦ୍ୱ ଓ ବିଶୃଙ୍ଖଳିତ ଶାସନକୁ ସାମନା କରିଥିବା ଆମେରିକାବାସୀ ଏଥର ନିର୍ବାଚନରେ ଆଶା ଓ ଏକତା, ଭଦ୍ରତା, ବିଜ୍ଞାନ ଏବଂ ସତ୍ୟକୁ ନିର୍ବାଚିତ କରିବା ସହ ସାରା ବିଶ୍ୱକୁ ଏନେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ବୋଲି କମଲା କହିଛନ୍ତି । ଶନିବାର ସଂଧ୍ୟାରେ କମଲା କଂଗ୍ରେସମ୍ୟାନ ଜନ ଲୁଇସଙ୍କ ବାଣୀ ‘ଗଣତନ୍ତ୍ର ଗୋଟିଏ ରାଷ୍ଟ୍ର ନୁହେଁ, ବରଂ ଏହା ଗୋଟିଏ କାର୍ଯ୍ୟଧାରା‘ ର ଉଦାହରଣ ଦେଇ ସମ୍ବୋଧନ ଆରମ୍ଭ କରିଥିଲେ ।

ପାଖାପାଖି ୧୦ ମିନିଟର ଭାଷଣରେ ସେ ଟ୍ରମ୍ପଙ୍କ ନାଁ ନ ନେଇ ସେ କେବଳ ନିଜର ନିର୍ବାଚନ ପ୍ରକ୍ରିୟା ଉପରେ ଧ୍ୟାନ ଦେଇଥିଲେ। ଜଣେ କୃଷ୍ଣକାୟ ଏସୀୟ-ଆମେରିକୀୟଙ୍କୁ ଆମେରିକାବାସୀ ପସନ୍ଦ କରିଥିବା କଥା କହିଥିଲେ। ଏହାସହ ସେ ଆହୁରି କହିଥିଲେ ଯେ, ଗୋଟିଏ ସୁନ୍ଦର  ଭବିଷ୍ୟତର ଆମେରିକା ଗଠନ କରିବା ପଇଁ ଆମେରିକାବାସୀଙ୍କ ପାଖରେ ସମସ୍ତ କ୍ଷମତା ରହିଛି ।ଯେତେବେଳେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା, ଆମେରିକା ଉପରେ ସାରା ବିଶ୍ୱର ନଜର ରହିଥିଲା ବୋଲି କମଲା କହିଛନ୍ତି।

ହେଲେ ଆମେରିକାବାସୀ ଏମିତି ଏକ ନେତାଙ୍କୁ ରାଷ୍ଟ୍ରପତି ନିର୍ବାଚିତ କରିଛନ୍ତି, ଯିଏ ଆମେରିକାକୁ ସର୍ବୋତ୍ତମ ଭାବେ ପ୍ରତିନିଧିତ୍ୱ କରିବେ।  ଯାହାଙ୍କୁ ସାରା ବିଶ୍ୱ ସମ୍ମାନ ଦେବ ଓ ଯାହାଙ୍କୁ ଆମ ପିଲା ଅନୁସରଣ କରିବେ ବୋଲି ହାରିସ କହିଛନ୍ତି।

ସେ କହିଥିଲେ, ‘ଆମ ପାଖରେ ଆମ ପାଖରେ ଭବିଷ୍ୟତ ଗଠନ କରବା ପାଇଁ ଶକ୍ତି ରହିଛି। ଆମ ଉପରେ ବିଶ୍ୱାସ  କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।

 

You might also like