କମଲା ହ୍ୟାରିସ୍ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି !

ନ୍ୟୁୟର୍କ:  କମଲା ହ୍ୟାରିସ୍ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି। ଜୋ ବାଇଡେନ୍ ଆମେରିକା ଶାସନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାର ବର୍ଷଟିଏ ବି ପୂରି ନଥିବା ବେଳେ ଏଭଳି ଏକ ଅସ୍ୱାଭାବିକ ପ୍ରଶ୍ନକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। କାରଣ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ କମଳା ହାରିସ୍ ଲୋକଙ୍କ ଅଧିକ ପସନ୍ଦ ବୋଲି କହିଛି ବ୍ରିଟେନ୍ ବୁକ୍‌ମେକର ଲାଡ୍‌ବ୍ରୋକ୍ସ।

କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ୨୦୨୪ରେ କିଏ ହେବ ହ୍ୱାଇଟ୍‌ହାଉସ୍ ଅଧିପତି? ଜୋ ବାଇଡେନ୍ ଆମେରିକା ଶାସନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାର ବର୍ଷଟିଏ ବି ପୂରି ନଥିବା ବେଳେ କାହିଁକି ଏପରି ପ୍ରଶ୍ନ ଉଠିଛି ?   କାରଣ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ କମଳା ହାରିସ୍ ଲୋକଙ୍କ ଅଧିକ ପସନ୍ଦ ବୋଲି ବ୍ରିଟେନ୍ ବୁକ୍‌ମେକର ଲାଡ୍‌ବ୍ରୋକ୍ସ କହିଛି ।

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ନିଜ ବ୍ୟକ୍ତିତ୍ୱ ଓ ଆଭିମୁଖ୍ୟ ବଳରେ ଜିଣିପାରିଛନ୍ତି ଲୋକଙ୍କ ମନ । ତେଣୁ ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନ୍ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  ତୁଳନାରେ ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଲୋକେ ତାଙ୍କୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଏହି ବେଟିଂ ସଂସ୍ଥା ପକ୍ଷରୁ କୁହାଯାଇଛି । କମଳା ହାରିସଙ୍କ ପରବର୍ତ୍ତୀ ରାଷ୍ଟ୍ରପତି ହେବାର ସମ୍ଭାବନା ୨୨.୨ ପ୍ରତିଶତ ଥିବା ବେଳେ, ବାଇଡେନଙ୍କର ୨୦ ପ୍ରତିଶତ ଓ ଟ୍ରମ୍ପଙ୍କର ୧୪.୩ ପ୍ରତିଶତ ରହିଛି ।

ରୋଚକ କଥା ହେଉଛି, କିଛି ଦିନ ପୂର୍ବରୁ କରୋନା ଭ୍ୟାକ୍ସିନ ସଂପର୍କିତ ଅଭିଭାଷଣ ଦେବା ବେଳେ, ଭୁଲ୍‌ରେ କମଳା ହାରିସ୍‌ଙ୍କୁ ପ୍ରେସିଡେଣ୍ଟ୍ ବୋଲି ସମ୍ବୋଧନ କରିଥିଲେ ନିଜେ ବାଇଡେନ୍  ।

You might also like