ସଚିବାଳୟରେ ବନ୍ଦେ ମାତରମ୍ ଗାନ ଉପରେ ରୋକ

ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ବିବାଦ ଦେଖାଦେଇଛି। ସଚିବାଳୟରେ ମାସର ପ୍ରଥମ ଦିନ ‘ବନ୍ଦେ ମାତରମ୍’ ଗାନ୍ ଉପରେ ରୋକ ଲାଗିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ।

ବନ୍ଦେ ମାତରମ୍‌କୁ ଏକ ନୂଆ ରୂପରେ ବ୍ୟବହାର କରାଯିବାକୁ ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା ଖୁବ୍ କମ ଦିନରେ ସେ ଘୋଷଣା କରିବେ ବୋଲି କମଲନାଥ କହିଛନ୍ତି।

ଅନ୍ୟପଟେ ଘଟଣାକୁ ନେଇ ବିଜେପି ବିଧାୟକଙ୍କ ପକ୍ଷରୁ ଆଜି ଭୋପାଳ ସଚିବାଳୟ ସମ୍ମୁଖରେ ପ୍ରବଳ ବିରୋଧ ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ନାରାବାଜୀ କରିବା ସହିତ ଏହି ଘଟଣାରେ ଶିବରାଜ ମଧ୍ୟ କମଲନାଥଙ୍କୁ ଟାଗେର୍ଟ କରିଛନ୍ତି।

 

You might also like