ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ କମଳନାଥ

ଭୋପାଲ: ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି।  ୧୦ ମିନିଟର ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ସରକାର ଉପଲବ୍ଧି ବାବଦରେ କହିଥିଲେ। ଏଥିସହିତ ବିଜେପି ଉପରେ ବର୍ଷିଥିଲେ।

ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଛି ବୋଲି କମଳନାଥ ଦାବି କରିବା ସହ ୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି କରିଛନ୍ତି। ସେହିପରି ତାଙ୍କ ସରକାର ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନି। ଚାଷୀଙ୍କ ପାଇଁ ସେ ଯାହା କରିଛନ୍ତି ପୂର୍ବ ବିଜେପି ସରକାର ୧୫ ବର୍ଷରେ କରିବାରେ ବିଫଳ ହୋଇଥିଲା ବୋଲି ସେ କହିଥିଲେ। ବିଜେପି ତାଙ୍କ ସହିତ ବିଶ୍ୱାସଘାତ କରି ନାହିଁ ବରଂ ଷଡ଼ଯନ୍ତ୍ର କରି ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛି।

ବିଜେପି କ୍ଷମତାକୁ ଆସିବା ପାଇଁ ଅହରହ ଷଡ଼ଯନ୍ତ୍ର କରୁଥିଲା। କଂଗ୍ରେସର ବିଧାୟକଙ୍କୁ ନେଇ କର୍ଣ୍ଣାଟକର ଏକ ରିସୋଟରେ ବିଜେପି ଅଟକ ରଖିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ କମନନାଥଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରେ ଭାଜପାର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ପ୍ରଶ୍ନ ଉଠିଛି। ଶିବରାଜ ନା ଆଉ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମିଳିଥିବା ଖବର ଅନୁଯାୟୀ, ଶିବରାଜ ସିଂହ ସମସ୍ତ ବିଧାୟକଙ୍କୁ ଖାଇବା ପାଇଁ ଡାକିଛନ୍ତି। କୁହାଯାଉଛି, ଆଗକୁ ବିଜେପିର ରଣନୀତି କ’ଣ ରହିବ ସେ ନେଇ ବିଚାର ବିମର୍ଷ ଚାଲିଛି।

 

You might also like