ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ପୁଅ ନକୁଲନାଥଙ୍କ ନାମାଙ୍କନ

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଛିଣ୍ଡୱାରା ବିଧାନସଭା ଆସନ ଓ ତାଙ୍କ ପୁଅ ନକୁଲ ନାଥ ଛିଣ୍ଡୱାରା ଲୋକସଭା ସିଟ୍‌ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଛିଣ୍ଡୱାରାରୁ ସାଂସଦ ଥିବା କମଲନାଥ ଡିସେମ୍ବର ମାସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ କରିବାର ୬ ମାସ ଭିତରେ ବଧାନସଭାକୁ ନିର୍ବାଚିତ ହେବା ନିୟମ ରହିଛି। ଏଣୁ ଛିଣ୍ଡୱାରା ବିଧାୟକ ନିଜ ପଦରୁ ଇସ୍ତଫା ଦେବା ସହ କମଲନାଥଙ୍କ ପାଇଁ ରାସ୍ତା ଛାଡ଼ିଥିଲେ। ଫଳରେ ଏଠାରେ ଉପନିର୍ବାଚନ ପାଇଁ ଘୋଷଣା କରାଯାଇଥିଲା। ତେବେ କମଲନାଥଙ୍କ ବଦଳରେ ତାଙ୍କ ପୁଅ ଏଥର ସାଂସଦ ପ୍ରାର୍ଥୀ ହୋଇଛନ୍ତି।

You might also like