୬ ଦିନ ଜଗିବା ପରେ ଉଠାଇଲେ ଏମିତି ଫଟୋ..ସୋସିଆଲ ମିଡିଆରେ ହେଲା ଭାଇରାଲ

ବେଙ୍ଗାଲୁର: ଆଜିକାଲି ସୋଶାଲ ମିଡିଆରେ ବ୍ଲାକ୍‌ ପାନ୍ଥରର ଏକ ଫଟୋ ଖୁବ ଭାଇରାଲ ହୋଇଛି। ଏହି ଫଟୋ କର୍ଣ୍ଣାଟକର କାବିନି ଜଙ୍ଗଲରେ ଉଠାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଫଟୋଟିକୁ ଉଠାଇବା ପାଇଁ ଫଟୋଗ୍ରାଫର ଶାଜ୍‌ ଜଙ୍ଗଙ୍କୁ ୬ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା।  ସେ ଏହି ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରୁଛନ୍ତି। ଫଟୋଟି ବେଶ ଭାଇରାଲ ହୋଇଛି। ସୋଶାଲ ମିଡିଆରେ ୟୁଜର୍ସ ଏହି ଫଟୋରେ କମେଣ୍ଟ ଦେଇ ଲେଖିଛନ୍ତି ‘ ଦ ଜଙ୍ଗଲ ବୁକ୍‌’ର ବଘୀରାକୁ ମନେ ପକାଇ ଦେଇଛି।

ଏ ନେଇ ଫଟୋଗ୍ରାଫର ଜଣକ କହିଛନ୍ତି, ତାଙ୍କୁ ଏଇ ଫଟୋ ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଛି। ଗତ ୫ ବର୍ଷ ଧରି ସେ ପ୍ରତିଦିନ ପାନ୍ଥର ଉପରେ ନଜର ରଖିଥିଲେ। ହେଲେ ପାନ୍ଥର ଜଙ୍ଗଲ ଭିତରେ ବୁଲିବା ବେଳେ ସବୁବେଳେ ନିଜକୁ ଗଛ ଆଢୁଆଳରେ ରଖୁଥିଲା। ତେବେ ଏହି ବ୍ଲାକ ପାନ୍ଥର ମୋତେ ଧୈର୍ଯ୍ୟ ଶିଖାଇଛି । ବ୍ଲାକ ପାନ୍ଥରର ଏହି ଫଟୋ ସହ ଆଉ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋରେ ବ୍ଲାକ ପାନ୍ଥର ସହ ଏକ ଚିତାବାଘ ମଧ୍ୟ ଦେଖିବାକୁ ମିଳିଛି।

ଦୁହିଁଙ୍କୁ ଏକାସାଙ୍ଗରେ ନିଜ କ୍ୟାମେରାରେ କଏଦ କରିବା ପାଇଁ ଶାଜକୁ ୬ ଦିନ ଲାଗିଥିଲା। ଶାଜ କହିଛନ୍ତି, ଏକ ପରଫେକ୍ଟ ଫଟୋ ନେବା ପାଇଁ ମୋତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଲା। ଏହି ଫଟୋ ମଧ୍ୟ କର୍ଣ୍ଣାଟକର କାବିନି ଜଙ୍ଗଲର। ବ୍ଲାକ ପାନ୍ଥର ଏବଂ ଚିତା ଏପରି ଭାବେ ଠିଆ ହୋଇଛନ୍ତି,ହଠାତ୍‌  ଦେଖିଲେ ଲାଗିବ ଚିତାର ଛାଇ ପଡିଛି କି ? କିନ୍ତୁ ଧ୍ୟାନର ସହ ଦେଖିଲେ ଜାଣି ପାରିବେ ଏହା ଛାଇ ନୁହେଁ, ବ୍ଲାକ ପାନ୍ଥର।

ଏହାର କ୍ୟାପ୍ସନରେ ଲେଖାଯାଇଛି, ଏମାନେ ୪ ବର୍ଷ ଧରି ଜଙ୍ଗଲରେ ରହି ଆସୁଛନ୍ତି। ତେବେ ଦୁହିଁଙ୍କୁ ଏକସଙ୍ଗରେ ଦେଖିବା ପ୍ରକୃତରେ ଆଶ୍ଚର୍ଯ୍ୟର କଥା। ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୪୬ ହଜାର ଲାଇକ୍ସ ମିଳିଲାଣି। ଏଥିସହିତ ଫେସ୍‌ବୁକ୍‌ରେ ମଧ୍ୟ ବହୁତ ସେୟାର ହେଲାଣି।

 

View this post on Instagram

 

The Eternal Couple . Saaya and Cleopatra have been courting since 4 years now and whenever they are together it’s a sight to behold. The forest comes alive as they trot nonchalantly in his fabled kingdom. Usually in the courting pairs generally it is the Male who takes charge and moves around with the female following close behind. But with this couple it was definitely Cleo who was in charge while the Panther followed. . This was shot on a surreal winter morning when a single Deer alarm led me to this breathtaking sight. . #kabini #love #leopard #nikon #wild #Natgeo #mithunhphotography #instagood #instadaily #jungle #bigcat #forest #wildlifephotography #nature #wildlife #blackpanther #melanistic #therealblackpanther #thebisonresort

A post shared by Mithun H (@mithunhphotography) on

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like