ତେଲେଙ୍ଗାନାରେ କେସିଆର୍‌ ଲହର!

ହାଇଦ୍ରାବାଦ: ତେଲେଙ୍ଗାନାରେ ପୁଣି କ୍ଷମତାକୁ ଫେରିବେ କେସିଆର୍‌। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୧୧୯ଟି ଆସନରୁ ୮୬ଟି ଆସନରେ ଆଗୁଆ ରହିଛି। ସେହିପରି କଗ୍ରେଂସ ୧୯, ବିଜେପି ୬ ଓ ଅନ୍ୟାନ୍ୟ ୮ଟି ସିଟ୍‌ରେ ଆଗୁଆ ରହିଛି। ସକାଳ ୧୦ଟା ୪୭ ସମୟର ନିର୍ବାଚନ ଫଳାଫଳକୁ ନେଇ ଚାଲିଥିବା ଟ୍ରେଣ୍ଡ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

ଆଜି ସକାଳେ ଭୋଟ୍‌ ଗଣତି ଆରମ୍ଭ ସମୟରେ ବିଜେପି ଆଗୁଆ ରହିଥିବା ନେଇ ପ୍ରାରମ୍ଭିକ ଟ୍ରେଣ୍ଡ୍‌ସ୍‌ରେ ଦେଖିବାକୁ ମିଳିଥିଲା।

ଟିଆର୍‌ଏସ୍‌ର ଏଭଳି ବିଜୟ କଂଗ୍ରେସ ଓ ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ଝଟ୍‌କା ଲାଗିବ ବୋଲି କୁହଯାଉଛି। ଏକ୍‌ଜିଟ୍‌ ପୋଲ୍‌ ସର୍ଭେରେ ଟିଆର୍‌ଏସ୍‌କୁ ବହୁମତ ମିଳିବା ନେଇ ଚର୍ଚ୍ଚା ହୋଇଥିଲା।

You might also like