ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ

ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ :  ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ୫ଜଣିଆ ନୂଆ ଖଣ୍ଡପୀଠ। ଆସନ୍ତା ମଙ୍ଗଳବାର ଦିନ କୋର୍ଟରେ ମାମଲାର ଶୁଣାଣି ଥିବାରୁ ଏହା ପୂର୍ବରୁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ଖଣ୍ଡପୀଠ ଗଠନ କରିଛନ୍ତି। ଏଥିରେ ଜଷ୍ଟିସ ଅବଦୁଲ ନାଜିର, ଜଷ୍ଟିସ ଅଶୋକ ଭୂଷଣ ପ୍ରମୁଖ ଅଛନ୍ତି। ଖଣ୍ଡପୀଠରେ ପୂର୍ବରୁ ଏସ୍ଏ ବୋବଦେ, ଡିଓ୍ୱାଇ ଚନ୍ଦ୍ରଚୂଡ଼ ପ୍ରମୁଖ ଥିଲେ।

ପୂର୍ବ ଗଠିତ ଖଣ୍ଡପୀଠରୁ ଜଷ୍ଟିସ ୟୁ. ୟୁ. ଲଳିତ ଓହରିଯିବାରୁ ୨୯ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

You might also like