ଏମ୍‌. ନାଗେଶ୍ୱର ରାଓଙ୍କ ନିଯୁକ୍ତି ପ୍ରସଙ୍ଗ: ଶୁଣାଣିରୁ ଓହରିଲେ ଜଷ୍ଟିସ୍ ଏ. କେ. ସିକ୍ରି

ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ. କେ. ସିକ୍ରି। ସେ ନିଜ ଆଡୁ ଏହି ମାମଲାରୁ ଓହରି ଯାଇଛନ୍ତି।

ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କମନ କଜ୍ ଏନ୍‌ଜିଓ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏଥିରେ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଛି।

ଏହା ପୂର୍ବରୁ ହୋଇଥିବା ଶୁଣାଣିରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ନିଜେ ଓହରି ଯାଇ, ଜଷ୍ଟିସ ଏ. କେ. ସିକ୍ରିଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଶୁଣାଣି କରିବାକୁ ସ୍ଥିର କରିଥିଲେ।  ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି କମିଟିରେ ସେ ସଦସ୍ୟ ଥିବାରୁ ଶୁଣାଣିରୁ ଓହରି ଯାଇଥିଲେ ଜଷ୍ଟିସ ଗୋଗୋଇ।

You might also like