ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ରଞ୍ଜନ ଗୋଗୋଇ

ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ।  ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅାସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ରହିଛି।

ଗତକାଲି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପୂର୍ବରୁ ଜଷ୍ଟିସ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ଗୋଗୋଇଙ୍କ ନାଁକୁ ଅାଇନ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ। ୧୯୫୪ ନଭେମ୍ବର ୧୮ରେ ଅାସାମ ଦିବ୍ରୁଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ରଞ୍ଜନ ଗୋଗୋଇ। ୧୯୭୮ରୁ ସେ ଗୌହାଟୀ ହାଇକୋର୍ଟରେ ଓକିଲାତି ଅାରମ୍ଭ କରିଥିଲେ। ଗୌହାଟୀରେ ଓକିଲାତି କରୁଥିବା ସମୟରେ ୨୦୦୧ ଫେବ୍ରୁଅାରୀ ୨୮ରେ ସେ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

୨୦୧୦ ସେମ୍ବେର ୯ରେ ପଞ୍ଜାବ ଓ ହାରିୟାଣା ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଥିଲା । ୨୦୧୧ ଫେବ୍ରୁଅାରୀ ୧୨ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଅାଯାଇଥିଲା। ତେବେ ପୁଣି ଥରେ ୨୦୧୨ ଏପ୍ରିଲ ୧୩ରେ ପଦନ୍ନୋତି ପାଇ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ ଜଷ୍ଟିସ ଗୋଗୋଇ।

You might also like