ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଅାଜି ଶପଥ ନେବେ ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ  : ଅାଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟୀତ୍ୱ ନେବେ ଜଷ୍ଟିସ ରଞ୍ଜନ ଗୋଗୋଇ।  ସୁପ୍ରିମକୋର୍ଟର ୪୬ ତମ ମୁଖ୍ୟ ବିଚାରପତି ଭାବେ ସେ ଅାଜି ଶପଥ ନେବେ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଅାସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ମୁଖ୍ୟ ବିତାରପତି ଭାବେ ତାଙ୍କର କାର୍ଯ୍ୟକାଳ ରହିଛି।  ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପୂର୍ବରୁ ଜଷ୍ଟିସ ମିଶ୍ର ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ଗୋଗୋଇଙ୍କ ନାଁକୁ ଅାଇନ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ।

୧୯୫୪ ନଭେମ୍ବର ୧୮ରେ ଅାସାମ ଦିବ୍ରୁଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ରଞ୍ଜନ ଗୋଗୋଇ।  ୧୯୭୮ରୁ ସେ ଗୌହାଟୀ ହାଇକୋର୍ଟରେ ଓକିଲାତି ଅାରମ୍ଭ କରିଥିଲେ। ଗୌହାଟୀରେ ଓକିଲାତି କରୁଥିବା ସମୟରେ ୨୦୦୧ ଫେବ୍ରୁଅାରୀ ୨୮ରେ ସେ ହାଇରୋର୍ଟରେ ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ। ୨୦୧୦ ସେପ୍ଟେମ୍ବର ୯ରେ ପଞ୍ଜାବ ଓ ହାରିୟାଣା ହାଇକୋର୍ଟଙ୍କୁ ତାଙ୍କର ବଦଳି ହୁଏ। ୨୦୧୧ ଫେବ୍ରୁଅାରୀ ୧୨ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୁଅନ୍ତି।

ତେବେ ପୁଣି ଥରେ ୨୦୧୨ ଏପ୍ରିଲ ୧୩ରେ ପଦନ୍ନୋତି ପାଇ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ ହୁଅନ୍ତି।

 

You might also like