ନୂଆଦିଲ୍ଲୀ: ନିଜ ପୁରୁଣା କାର୍ ଛାଡ଼ି ନୂଆ କାର୍ କିଣିବାକୁ ଚାହୁଁଥିଲେ ଖୁସି ଖବର। ପୁରୁଣା କାର୍‌କୁ ସ୍କ୍ରାପ୍ ବା ନଷ୍ଟ କରି, ଏହା ବଦଳରେ ନୂଆ କିଣିଲେ ଆପଣଙ୍କୁ ୫% ରିହାତି ମିଳିବ। ନୂଆ କାର୍‌ ନିର୍ମାତା କମ୍ପାନୀ ପକ୍ଷରୁ ଏହି ୫% ରିହାତି ମିଳିବ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି।

୨୦୨୧-୨୨ କେନ୍ଦ୍ର ବଜେଟ୍‌ରେ ଘୋଷିତ vehicle scrapping policy ଅଧୀନରେ ବ୍ୟକ୍ତିଗତ ଗାଡ଼ିକୁ ୨୦ ବର୍ଷ ପରେ ଏବଂ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ଗାଡ଼ିକୁ ୧୫ ବର୍ଷ ପରେ ଫିଟ୍‌ନେସ୍‌ ଟେଷ୍ଟ୍ ଦେବାକୁ ପଡ଼ିବ।

https://youtu.be/MbA0eJ_6C2Q

Vehicle scrapping policyର ୪ଟି ମୁଖ୍ୟ ଦିଗ ରହିଛି। ପୁରୁଣା ପ୍ରଦୂଷଣକାରୀ ଗାଡ଼ି ଉପରେ ଗ୍ରୀନ୍ ଟ୍ୟାକ୍ସ ଓ ଅନ୍ୟ କର ଲାଗିବ। ଏହି ଗାଡ଼ି ଗୁଡ଼ିକୁ ଅଟୋମେଟେଡ୍ ଫିଟ୍‌ନେସ୍‌ ଟେଷ୍ଟ୍ କରାଇବା ବାଧ୍ୟତାମୂଳକ ହେବ। ଅଟୋମେଟେଡ୍ ଫିଟ୍‌ନେସ୍ ଟେଷ୍ଟ ସେଣ୍ଟର ଗୁଡ଼ିକୁ ଦେଶବ୍ୟାପୀ ପିପିପି ମୋଡ୍‌ରେ କରାଯିବ। ଫିଟ୍‌ନେସ୍ ଟେଷ୍ଟ୍‌ ବିଫଳ ହୋଇଥିବା ଗାଡ଼ିକୁ ଚଲାଇଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ ଓ ଗାଡ଼ି ଜବତ ମଧ୍ୟ ହୋଇପାରେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ସତର୍କ କରାଇଛନ୍ତି।

Other Stories