ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ। ୪୬୦ କୋଟି ବର୍ଷ ପୂର୍ବେ ସୌରଜଗତର ସୃଷ୍ଟି ସହ ବିଭିନ୍ନ ଗ୍ରହ ତିଆରି ହୋଇଥିଲେ। ସେହି ସମୟରେ ବଳକା ରହିଯାଇଥିବା ପଥର ଖଣ୍ଡଗୁଡ଼ିକ ମଙ୍ଗଳ ଓ ବୃହସ୍ପତି ମଝିରେ ଏକ ବଳୟ ଆକାରରେ ସୂର୍ଯ୍ୟ ଚାରିପଟେ ଘେରି ରହିଛନ୍ତି। ଏହାକୁ ଆଷ୍ଟେରୋଏଡ୍ ବେଲ୍ଟ ବୋଲି କୁହାଯାଏ।

ସେଠାରୁ ବହୁ ଛୋଟବଡ଼ ଗ୍ରହାଣୁ ବିଭିନ୍ନ ସମୟରେ ପୃଥିବୀ ଆଡ଼କୁ ଆସିବା ସହ ପୃଥିବୀରେ ଧକ୍କା ମଧ୍ୟ ହୋଇଛି। ଏକ ବିଶାଳ ଗ୍ରହାଣୁ ପୃଥିବୀ ସହ ଧକ୍କା ହେବା ଫଳରେ ଚନ୍ଦ୍ର ସୃଷ୍ଟି ହୋଇଥିବା ଏବଂ ବହୁ ବର୍ଷ ତଳେ ଆଉ ଏକ ବିଶାଳ ଗ୍ରହାଣୁ ମାଡ଼ ହେବା ଫଳରେ ଡାଇନୋସର୍ ଲୋପ ପାଇଥିବା ଅନୁମାନ କରାଯାଏ।

 

ତେବେ ୧୯୦୮ ମସିହା ଆଜିର ଦିନରେ ସାଇବେରିଆର ତୁଙ୍ଗାସ୍କା ଅଞ୍ଚଳରେ ମାତ୍ର ୩୦୦ରୁ ୪୦୦ ଫିଟ୍ ଲମ୍ବର ଏକ ଗ୍ରହାଣୁ ଖସିବା ଫଳରେ ୨ ହଜାର ବର୍ଗ କିଲୋମିଟର ଅଞ୍ଚଳରେ, ୮ କୋଟିରୁ ଅଧିକ ଗଛ ଓ ଜୀବଜନ୍ତୁ ଧ୍ୱଂସ ହୋଇଯାଇଥିଲେ। ତେବେ ଏଥିରେ କେହି ମଣିଷ ମୃତାହତ ହୋଇନଥିଲେ। ସେହି ଦୁର୍ଘଟଣାକୁ ମନେ ପକାଇ ୨୦୧୬ରେ ଆଜିର ଦିନକୁ ବିଶ୍ୱ ଗ୍ରହାଣୁ ଦିବସ ଭାବେ ଗ୍ରହଣ କରାଯାଇଛି।

ଆସନ୍ତା କିଛି ବର୍ଷ ମଧ୍ୟରେ ଗ୍ରହାଣୁ ଦ୍ୱାରା ପୃଥିବୀର କ୍ଷତି ହେବାର କୌଣସି ଆଶଙ୍କା ନଥିବା ବେଳେ, ଆଗକୁ ବି ଯେପରି ବିପଦ ନଆସେ ସେଥିପାଇଁ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ଥିବା ପ୍ରାୟ ୨ ହଜାର ଗ୍ରହାଣୁ ପିଣ୍ଡ ଉପରେ ନଜର ରଖାଯାଇଛି। ଏଥିସହ ଭବିଷ୍ୟତରେ ସେଭଳି ବିପଦକୁ ଏଡ଼ାଇବା ପାଇଁ ବିଭିନ୍ନ ଜ୍ଞାନକୌଶଳର ମଧ୍ୟ ବିକାଶ କରାଯାଉଛି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like