ଜୁହି ଚାଓ୍ୱଲାଙ୍କୁ ମହଙ୍ଗା ପଡ଼ିଲା ଫାଇଭ୍ ଜି ବିରୋଧରେ ମାମଲା

ନୂଆଦିଲ୍ଲୀ: ଅଭିନେତ୍ରୀ ଜୁହି ଚାଓ୍ୱଲାଙ୍କୁ ମହଙ୍ଗା ପଡ଼ିଲା ଫାଇଭ୍ ଜି ବିରୋଧରେ ମାମଲା। ଜୁହିଙ୍କ ଆବେଦନ କେବଳ ପ୍ରଚାର ସର୍ବସ୍ୱ ବୋଲି କହି କୋର୍ଟ ତାଙ୍କୁ ଭତ୍ସନା କରିବା ସହ ୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜୁହିଙ୍କ ଆବେଦନକୁ ଭୁଲ ଦର୍ଶାଇ ଏହା ଦେଶର ସମୟ ନଷ୍ଟ କରୁଥିବା କହି ଆବେଦନକୁ ଖାରଜ କରିଛନ୍ତି। ଦେଶରେ ଫାଇଭ ଜି ନେଟଓ୍ୱାର୍କ ସ୍ଥାପନ ହେଲେ ଏହା ରେଡିଅସନ ବଢାଇବା ସପକ୍ଷରେ ଯୁକ୍ତି କରୁଥିଲେ ଜୁହି। ଏପରିକି ମଷିଣ ଉପରେ ଏହାର ନାନା କୁପ୍ରଭାବ ପଡ଼ିବା ସହ ପରିବେଶର ଏହା ବ୍ୟାପକ କ୍ଷତି ଘଟାଇବ ବୋଲି କହିଥିଲେ।

ଏ ଦାବି ନେଇ ସେ କୋର୍ଟକୁ ଯାଇଥିଲେ। କୋର୍ଟ ଜୁହିଙ୍କ ଏହି ଆବେଦନର ଭର୍ଚୁଆଲ ଶୁଣାଣି କରିଥିଲେ। ତେବେ ଏହି ସମୟରେ ଉପସ୍ଥିତି ଜଣେ ବ୍ୟକ୍ତି ଜୁହିଙ୍କ ଅଭିନୀତ ଏକ ଲୋକପ୍ରିୟ ଗୀତ ଗାଇ ବାରମ୍ବାର ଶୁଣାଣି ବେଳେ ବାଧା ସୃଷ୍ଟି କରିଥିଲେ ଯାହାକି ବିଚାର ପ୍ରକ୍ରିୟାରେ ବାରମ୍ବାର ବିଭ୍ରାଟ ସୃଷ୍ଟି କରିଥିଲା। ପରେ ଜୁହି ମଧ୍ୟ ଏହି ଭିଡିଓ ଲିଙ୍କକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେଣୁ ଜୁହିଙ୍କ ଏହି ଆବେଦନକୁ ଶସ୍ତା ଲୋକପ୍ରିୟତା ବୋଲି କହିଛନ୍ତି କୋର୍ଟ। ସେପଟେ ଶୁଣାଣି ବେଳେ ଯେଉଁ ବ୍ୟକ୍ତିମାନେ ବାଧା ସୃଷ୍ଟି କରିଥିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

You might also like