ଶାହଙ୍କ ହାତରୁ ଦାୟିତ୍ୱ ନେଇ ବିଜେପି ମୁଖ୍ୟ ହେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଆଜି ଅମିତ ଶାହଙ୍କୁ ଏହି ଦାୟିତ୍ୱରୁ ବାଦ୍‌ ଦେଇ ଜେପି ନଡ୍ଡାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଛି ବିଜେପି। ନଡ୍ଡା ପୂର୍ବରୁ ଦଳ ପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତେବେ ଆଜି ସେ ନିର୍ଦ୍ୱନ୍ଦ୍ୱରେ ବିଜେପି ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ଜେପି ନଡ୍ଡାଙ୍କୁ ସମର୍ଥନ କରିବା ପାଇଁ ଆଜି ଦଳର ବଡ଼ବଡ଼ ନେତା ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ଯଦିଓ ପୂର୍ବରୁ ଜେପି ନଡ୍ଡା ବିଜେପି ଅଧ୍ୟକ୍ଷ ହେବା ନେଇ ସ୍ପଷ୍ଟ ଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଅଧ୍ୟକ୍ଷ ପଦ ପାଇଁ ନଡ୍ଡାଙ୍କୁ ପସନ୍ଦ କରୁଥିଲେ। ତେବେ ଆଜି ଏନେଇ ଔପଚାରିକ ଭାବେ ଘୋଷଣା ହୋଇଛି।

ଜେପି ନଡ୍ଡା ବିଜେପି ମୁଖ୍ୟଭାବେ ନିର୍ବିରୋଧ ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ମୁଖ୍ୟାଳୟରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଅନ୍ୟ ବିଜେପି ନେତାମାନେ ମଧ୍ୟ ନଡ୍ଡାଙ୍କୁ ବଧାଇ ଜଣାଇଛନ୍ତି।

 

 

You might also like