ୟୁପିରେ ଭଲ ନାହିଁ ବିଜେପିର ସ୍ଥିତି! ବଦଳିପାରେ ମେଣ୍ଟ ଚିତ୍ର

ନୂଆଦିଲ୍ଲୀ: ଗତ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୮୦ଟି ଆସନରୁ ୭୩ଟିରେ ବିଜୟୀ ହୋଇଥିବା ବେଳେ ଏଥର ଅଧାରୁ କମ୍ ଆସନ ପାଇପାରେ। ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟରେ ୨୭ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବ୍ରୋକେରାଜେ ଫାର୍ମ ଏହି ସର୍ଭେ ରିପୋର୍ଟ ପ୍ରକାଶ କରିଛି।

ଏଥିରେ କୁହାଯାଇଛି, ରାଜ୍ୟରେ ମୋଟ ଭୋଟ୍‌ର ୪୫ ପ୍ରତିଶତ ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟକୁ ଯିବ। ସେହିପରି ୩୪.୨ ପ୍ରତିଶତ ଭୋଟ୍‌ ବିଜେପିକୁ ମିଳିବ। ଗତ ଥର ବିଜେପି ୭୩ଟି ଆସନ ଜିତିଥିଲା ଏବଂ ଦିଲ୍ଲୀରେ ସରକାର ଗଢ଼ିବାରେ ଏହା ବେଶ୍ ସହାୟକ ହୋଇଥିଲା। ତେବେ ଚଳିତ ଥର ସ୍ଥିତି ସଂପୂର୍ଣ୍ଣ ଓଲଟି ଯିବାର ସମ୍ଭାବନା ରହିଛି।

ଏହି ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସାରା ଦେଶରେ ବିଜେପି ୧୯୦ରୁ ୨୧୦ ମଧ୍ୟରେ ଏବଂ ଏନଡିଏ ୨୨୦ରୁ ୨୪୦ଟି ଆସନ ମଧ୍ୟରେ ଜିତିବ। ତେଣୁ କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ବିଜେପି ବିଭିନ୍ନ ଆଞ୍ଚଳିକ ଦଳର ସହଯୋଗ ଲୋଡ଼ିପାରେ। ଉତ୍ତର ପ୍ରଦେଶରେ ବିଜେପି ମୁଖ୍ୟତଃ ସମାଜବାଦୀ ପାର୍ଟି ବିରୋଧରେ ଅଧିକ ବର୍ଷୁଥିବାରୁ ନିର୍ବାଚନ ଫଳାଫଳ ପରେ ବିଏସ୍‌ପି ସହ ଦଳ ହାତ ମିଳାଇପାରେ।

ବ୍ରୋକେରାଜେ ଫାର୍ମ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶରେ ବିଜେପିର ସ୍ଥିତି ବଦଳିବା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି- ଏସପି-ବିଏସପି ମେଣ୍ଟ ଏବଂ ଅନ୍ୟଟି- କଂସେଇଖାନା ଉପରେ ଯୋଗୀ ସରକାରଙ୍କ ପ୍ରତିବନ୍ଧକ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ଜନାଦେଶ ମିଳିବା ପରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ସେ ବେଆଇନ କଂସେଇଖାନା ଉପରେ ପ୍ରତିବନ୍ଧକ ଲଗାଇଥିଲେ, ଯାହାକୁ ନେଇ ବିଭିନ୍ନ ସମୟରେ ରାଜନୀତିକ ତର୍କବିତର୍କ ହୋଇଛି। ଏହା ଦ୍ୱାରା ବେକାରୀ ମଧ୍ୟ ବୃଦ୍ଧି ପାଇଥିବା ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଛନ୍ତି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like