୨ ଝିଅଙ୍କ ଆଖି ସାମ୍ନାରେ ସାମ୍ବାଦିକଙ୍କୁ ଗୁଳିମାଡ଼ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସାମ୍ବାଦିକ

ଲକ୍ଷ୍ନୌ: ଗାଜିଆବାଦରେ ଜଣେ ଜଣାଶୁଣା ସାମ୍ବାଦିକଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସ୍‌ ୯ଜଣଙ୍କୁ ଗିରଫ କରିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସମ୍ପୃକ୍ତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବିକ୍ରମ ଯୋଶୀ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବିକ୍ରମଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ସୋମବାର ବିକ୍ରମ ତାଙ୍କ ୨ ଝିଅଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ବିଜୟନଗର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ତା’ବି ପୁଣି ତାଙ୍କ ଝିଅଙ୍କ ସାମ୍ନାରେ ଏହି ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ବିକ୍ରମଙ୍କୁ ଗାଜିଆବାଦର ନେହେରୁ ନଗର ସ୍ଥିତ ଯଶୋଦା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ସାମ୍ବାଦିକ ବିକ୍ରମଙ୍କ ଉପରେ ଆକ୍ରମଣ ଘଟଣାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭିରେ ଦେଖିବାକୁ ମିଳିଛି, ବିକ୍ରମ ତାଙ୍କ ୨ ଝିଅଙ୍କ ସହ ବାଇକ୍‌ରେ ଯାଉଛନ୍ତି, ଏହି ସମୟରେ ଦୁର୍ବୃତ୍ତମାନେ ପ୍ରଥମେ ତାଙ୍କୁ ଅଟକାଉଛନ୍ତି। ଏହାପରେ ତାଙ୍କୁ ମାଡ଼ ମାରିବା ସହ ଆଖିବୁଜା ଗୁଳିମାଡ଼ କରିଥିଲେ। ସିସିଟିଭରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି, ଏହି ଘଟଣାବେଳେ ବିକ୍ରମଙ୍କ ଦୁଇ ଝିଅ ଭୟଭୀତ ହୋଇ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ।

ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହେବାପରେ ବିକ୍ରମଙ୍କ ୨ ଝିଅ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

ସୂଚନାଥାଉ କି, କିଛି ଦିନ ତଳେ ବିକ୍ରମଙ୍କ ଭାଣିଜୀଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର କିଛି ଦିନ ପରେ ବିକ୍ରମଙ୍କ ଉପରେ ଗୁଳିମାଡ଼ ହୋଇଛି। ତେଣୁ ଏହି ଘଟଣାକୁ କେନ୍ଦ୍ର କରି ତାଙ୍କ ଉପରେ ଆକ୍ରମଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

You might also like