୧୭ ବର୍ଷ ପରେ ମିଳିଲା ନ୍ୟାୟ

ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମୀତ୍ ରାମ ରହିମ ସିଂହ ଦୋଷୀ ସାବ୍ୟସ୍ତ

ହରିୟାଣା  : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହ ଦୋଷୀ ସାବ୍ୟସ୍ତ। ରାମ ରହିମଙ୍କ ସମେତ ୪ ଜଣଙ୍କୁ ଏଥିରେ ଦୋଷୀ ସବ୍ୟସ୍ତ କରାଯାଇଛି।

ହରିୟାଣା ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ତେବେ ଆସନ୍ତା ୧୭ ତାରିଖରେ ଦଣ୍ଡବିଧାନ ଶୁଣାଇବେ କୋର୍ଟ। ପ୍ରାୟ ୧୭ ବର୍ଷ ପରେ ଏହି ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ମିଳିଛି।

୨୪ ଅକ୍ଟୋବର ୨୦୦୨ମସିହାରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହରିୟାଣାର ସିର୍ସା ସ୍ଥିତ ଡେରା ସଚା ସୌଦା ଆଶ୍ରମରେ ଯୌନ ଉତ୍ପୀଡନ ହେଉଥିବା ନେଇ ସେ ତାଙ୍କ ପ୍ରକାଶିତ ଖବରକାଗଜ ‘ପୂରା ସଚ’ରେ ଖବର ପ୍ରକାଶ କରିଥିଲେ। ଏବେ ରୋହତକର ସୁନାରିଆ ଜେଲ୍‌ରେ ସଜ୍ଜା କାଟୁଛନ୍ତି ରାମ ରହିମ୍।

You might also like