ତୃଣମୂଳ କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର
କୋଲକତା : ବିଜେପି ଛାଡ଼ିବା ପରେ ତୃଣମୂଳ କଂଗ୍ରେସରେ ମିଶିଲେ ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର। କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେହି ଦିନରୁ ହିଁ ଚର୍ଚ୍ଚା ହୋଇଥିଲା ଯେ, ଚନ୍ଦନ ଟିଏମ୍ସିରେ ମିଶିବେ।
ଅାଜି ଏକ କାର୍ଯ୍ୟକ୍ରମରେ ସେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ମିଶିଛନ୍ତି। ତାଙ୍କ ସହିତ ଅାଉ ଚାରି ଜଣ କଂଗ୍ରେସ ବିଧାୟକ ମଧ୍ୟ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା ଚନ୍ଦନ ମିତ୍ର ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଅାଉ ଥରେ ପୂର୍ଣ୍ଣ ଅବଧି ରାଜ୍ୟସଭା ସଦସ୍ୟ ଥିଲେ।
ପୂର୍ବରୁ ଓଡ଼ିଶା ବିଜେପି ଦାୟିତ୍ୱରେ ମଧ୍ୟ ରହିଥିଲେ ଚନ୍ଦନ ମିତ୍ର। ମୋଦି-ଶାହା ଯୋଡ଼ି ହାତରେ ବିଜେପିର ନିୟନ୍ତ୍ରଣ ରହିବା ପରେ ଅାଡଭାନି କ୍ୟାମ୍ପରେ ଚନ୍ଦନ ମିତ୍ରଙ୍କ ଗୁରୁତ୍ୱ ଦଳରେ କମି ଯାଇଥିଲା।