ବେବି ପାଉଡର୍‌ ନା ବିଷ !

ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ଘରେ ଘରେ ପରିଚିତ ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା ଏହି ବେବି ପାଉଡରରେ ଏସବେଷ୍ଟୋସ୍‌(asbestos) ରହିଥିବାର ପ୍ରମାଣ ମିଳିଛି।

ଏହାପରେ କମ୍ପାନୀ ବଜାରରୁ ୩୩ ହଜାର ବେବି ପାଉଡର ବୋତଲ ଫେରାଇ ନେବ ବୋଲି ଘୋଷଣା କରିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଏହି ସୂଚନା ଦେଇଛି।

ଏସବେଷ୍ଟୋସ୍‌ ଏକ ବିଷାକ୍ତ କେମିକାଲ। ଯାହାକି ଶରୀରରେ ଲଗାଇବା ପରେ କ୍ୟାନସର ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ପୂର୍ବରୁ ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ମାନିବାକୁ ରାଜି ନ ଥିଲା। ଗତବର୍ଷ ଏବାବଦରେ ଜଣାପଡ଼ିଥିଲା। ହେଲେ ସତ ଲୁଚାଇବାକୁ ଯାଇ ଆମେରିକା ରେଗୁଲେଟର୍ସ ଉପରେ କମ୍ପାନୀ ଚାପ ମଧ୍ୟ ପକାଇଥିଲା ବୋଲି ସୂଚନା ମିଳିଛି। ଚାପ ପକାଇବାର କାରଣ ଥିଲା କମ୍ପାନୀ ଏସବେଷ୍ଟୋସ୍‌ର ମାତ୍ରାକୁ କମ୍ କରିବାକୁ ଚାହୁଁଥିଲା। ଏଥିରେ କମ୍ପାନୀ ସଫଳ ମଧ୍ୟ ହୋଇଥିଲା।

ନିକଟରେ ଭାରତରେ ମଧ୍ୟ ଜନସନ୍‌-ଆଣ୍ଡ୍‌-ଜନସନ୍‌ ଶ୍ୟାମ୍ପୁରେ କ୍ୟାନସର ବାହକ ଫର୍ମାଲଡିହାଇଡ୍ ଥିବା ନେଇ ରିପୋର୍ଟ ଆସିଥିଲା। ଗତ ଏପ୍ରିଲରେ ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲର ଜନସନ ଶାମ୍ପୁରେ ଫର୍ମାଲ ଡିହାଇଡ୍ ଥିବା ନେଇ କହିଥିଲେ। ଏହାପରେ ସମସ୍ତ ରାଜ୍ୟରୁ ଜନସନ୍‌-ଆଣ୍ଡ୍‌-ଜନସନ୍‌କୁ ତାର ସମସ୍ତ ପ୍ରଡକ୍ଚ ପ୍ରତ୍ୟାହାର କରିବାକୁ ଆଦେଶ ଦିଆଯାଇଥିଲା।

You might also like