ହେଡ୍ଫୋନ୍ ଲଗାଇ ରେଲ୍ୱେ ଟ୍ରାକ୍ରେ ମର୍ଣ୍ଣିଂ ୱାକ୍ କରୁଥିଲେ; ମାଡ଼ି ଆସିଲା ଟ୍ରେନ୍, ତା’ପରେ…
ସକାଳୁ ସକାଳୁ ହେଡ୍ଫୋନ୍ ଲଗାଇ ଜଣେ ଯୁବକ ରେଲ୍ୱେ ଟ୍ରାକ୍ରେ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦ୍ରୁତ ବେଗରେ ମାଡ଼ି ଆସିଲା ଟ୍ରେନ୍। ହେଲେ ଯୁବକଙ୍କୁ ଟ୍ରେନ୍ ଧକ୍କା ଦେବା ପୂର୍ବରୁ ସେ ତତ୍କ୍ଷଣାତ୍ ଟ୍ରାକ୍ରୁ ବାହାରକୁ ଚାଲି ଆସିଥିଲେ। ଫଳରେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ଯୁବକ। ଏହି ହୃଦୟଥରା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
ନେଟ୍ୱର୍କ ରେଲ୍ର ସୂଚନା ଅନୁସାରେ, ନଭେମ୍ବର ୬ ସକାଳ ସାଢ଼େ ୮ଟାରେ ଲଣ୍ଡନର ଚିଲର୍ଟନ୍ ରେଲ୍ୱେର ଡ୍ରାଇଭର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଦକ୍ଷିଣ ପୂର୍ବ ଲଣ୍ଡନ ବକିଂଘମଶାୟରର ପ୍ରିନ୍ସେସ୍ ରିସବୋରୋରେ ରିଡ୍ୱେ ପାଥ୍ ଲେବଲ୍ କ୍ରସିଂରେ ଏହି ଘଟଣା ଘଟିଥିଲା।
🤔Q: When is running NOT good for your health?
😡A: WHEN YOU RUN OUT IN FRONT OF A TRAIN❗️🤬
*Unbelievable stupidity* from a jogger using a level crossing without looking!
An approaching train just metres away⚠️#LevelCrossingSafety #CrossWithCare
➡️ https://t.co/CuEku4v8mG pic.twitter.com/XvYlkXpJbB
— Network Rail (@networkrail) November 17, 2020
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଯୁବକ ଜଣକ ହେଡ୍ଫୋନ୍ ଲଗାଇ ରେଲ୍ୱେ ଟ୍ରାକିଂ ଉପରେ ମର୍ଣ୍ଣିଂ ୱାକ୍ କରୁଛନ୍ତି। ଏହି ସମୟରେ ପଛପଟୁ ଦ୍ରୁତ ବେଗରେ ଏକ ଟ୍ରେନ୍ ଆସିବା ଜାଣିପାରି ସେ ତତ୍କ୍ଷଣାତ ଟ୍ରାକ୍ ଉପରୁ ଦୌଡ଼ି ପଳାଇ ଆସୁଛନ୍ତି। ଫଳରେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ସେ ବଞ୍ଚି ଯାଇଥିଲେ।
ପଢ଼ନ୍ତୁ: ହେଡ୍ଫୋନ୍ ଲଗାଇ ରେଲ୍ୱେ ଟ୍ରାକ୍ରେ ଚାଲୁଥିଲେ ଦୁଇ ଯୁବକ, ମାଡ଼ି ଆସିଲା ଟ୍ରେନ୍