ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରେସିଡେନ୍‌ସିଆଲ ଡିବେଟ । ଓହିଓ କ୍ଲେଭଲାଣ୍ଡରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ସାମ୍ନାସାମ୍ନି ହୋଇଛନ୍ତି। ପ୍ରଥମ ଡିବେଟ୍ ହେଉଛି ନିଜର ପ୍ରାର୍ଥିତ୍ୱକୁ ନେଇ। ଉଭୟଙ୍କ ମଧ୍ୟରେ କଡ଼ା ବିତର୍କ ହୋଇଛି ।

କରୋନା ମୁକାବିଲା ଓ ବର୍ଣ୍ଣବୈଷମ୍ୟ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରତିପକ୍ଷ ପ୍ରାର୍ଥୀ ଜୋ ବିଡେନ୍ । କରୋନା ଭଳି ମହାମାରୀ ମୁକାବିଲା କରିବାରେ ଟ୍ରମ୍ପ ସରକାର ବିଫଳ ହୋଇଥିବା ସେ କହିଥିଲେ।  ଏଥିସହ କରୋନା ରୋକିବା ଦିଗରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ଆଣିଥିଲେ।

ଉତ୍ତରରେ ଟ୍ରମ୍ପ କହିଛନ୍ତି, ଖୁବ ଶୀଘ୍ର ଆମେରିକା ଲୋକଙ୍କୁ କରୋନା ଟିକା ଭେଟି ଦିଆଯିବ ।

ସେହିପରି ଗତ କିଛି ବର୍ଷା ହେଲା ଟ୍ରମ୍ପ ଟିକସ ଫାଙ୍କିବା ସହ ଇନକମ୍ ଟ୍ୟାକ୍ସ ଦେଉନଥିବା ଜୋ ବିଡେନଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଥିଲେ ଟ୍ରମ୍ପ । ୧୦ ଲକ୍ଷ ଡଲାରରୁ ଅଧିକ ଟ୍ୟାକ୍ସ ଦେଇଥିବା ଟ୍ରମ୍ପ କହିଥିଲେ । ଏଭଳି ଅନେକ ପ୍ରସଙ୍ଗରେ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ପ୍ରଶ୍ନର କଡା ଜବାବ ଦେଇଛନ୍ତି ଟ୍ରମ୍ପ ।

ଆସନ୍ତା ନଭେମ୍ବର ୩ରେ ହେବ ଆମେରିକା ନିର୍ବାଚନ । ରାଷ୍ଟ୍ରପତି ଟ୍ରମ୍ପ ଦ୍ୱିତୀୟବାର ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ଡେମୋକ୍ରାଟିକ୍ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଜୋ ବିଡେନ୍ । 

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like