କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ତାଙ୍କ କୁକୁର ସହିତ ଖେଳିବା ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।  ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି।ସେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ  ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି କୁହାଯାଉଛି।

ବିଡେନ ତାଙ୍କର ଜର୍ମାନ ଶେପର୍ଡ କୁକୁର ‘ମେଜର’ ସହିତ ଖେଳୁଥିଲେ। ଜୋ ବିଡେନଙ୍କର ଦୁଇଟି କୁକୁର ଅଛି।ଅନ୍ୟପକ୍ଷରେ, ଏହି ଦୁର୍ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଡେନଙ୍କ ସୁସ୍ଥ ହେବା ନେଇ  କାମନା କରିଛନ୍ତି।

ଜୋ ବିଡେନଙ୍କ ଘରୋଇ ଚିକିତ୍ସକ କେଭିନ ଓ କର୍ଣ୍ଣର କହିଛନ୍ତି, ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଗୋଡ ମୋଡି ହୋଇଯାଇଛି।  ତେଣୁ ଏହା ଏକ୍ସ-ରେ ପରେ ବି ଜଣାପଡ଼ି ନ ଥିଲା । ତେବେ ପରେ ଏକ ସିଟି ସ୍କାନରୁ ଜଣାପଡିଛି ଯେ, ବିଡେନଙ୍କ ଡାହାଣ ଗୋଡର ହାଡ ସାମାନ୍ୟ ଫାଟି ଯାଇଛି। ସେ କହିଛନ୍ତି ଯେ ଆଗାମୀ କିଛି ସପ୍ତାହ ପାଇଁ ବିଡେନଙ୍କୁ ଅନ୍ୟର ସହାୟାତରେ ଚାଲିବାକୁ ପଡିପାରେ।

ଏଠି କହିରଖିବୁ,  ୭୮ ବର୍ଷିୟ ବିଡେନ ନିଜ କୁକୁର ସହିତ ଖେଳିବାବେଳେ ତଳେ ପଡ଼ିଯାଇଥିଲେ।  ରବିବାର ଏକ ଘଣ୍ଟା ଧରି ତାଙ୍କର ଚିକିତ୍ସା କରାଯାଇଥିଲା।  ନିର୍ବାଚନରେ ​​ଜିତିବା ପରେ, ଜାନୁଆରୀ ୨୦ରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

You might also like