ଯୋଦ୍ଧପୁର : ବାହାରେ ମଇଳା ଫୋପାଡ଼ିଲେ ଜୋରିମାନା । ଏବେ ବାହାରେ ମଇଳା ଫୋପାଡ଼ିଲେ  ୧୦୦ରୁ ୫୦୦୦  ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ । ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ କରୋଠ ନୀତି ଆଣିଛି ଯୋଦ୍ଧପୁର ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣ  । ବାହାରେ ମଇଳା ଫୋପାଡ଼ୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିବେଶ ସୁରକ୍ଷା ଅଧିନିୟମ  -୧୯୮୬ ଅଧୀନରେ ଥିବା ସଲିଡ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ -୨୦୧୬  ଅନୁସାରେ ବାହାରେ ମଇଳା ଫୋପାଡ଼ୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯୋଦ୍ଧପୁର ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣର ସମସ୍ତ ଚାରୋଟି ଜୋନରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ଅମିତ ଯାଦବ । ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟକ୍ତି କର୍ପୋରେସନ୍ ଅଞ୍ଚଳର ଚାରିଟି ଜୋନରେ ଅଳିଆ ଫିଙ୍ଗିବାର ଦେଖାଗଲେ,  ତାଙ୍କଠାରୁ ୧୦୦ ରୁ ୫ ହଜାର ଟଙ୍କା ପର‌୍ୟ୍ୟନ୍ତ ଜୋରିମାନା ଆଦାୟ କରାଯିବ।ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣର ଚାରିଟି ଜୋନରେ ୧୦-୧୦ ଜଣଙ୍କ ଉପରେ ଜୋରିମାନା ଲଗାଇବାକୁ  କମିଶନର ଟାର୍ଗେଟ ଦେଇଛନ୍ତି।

ତେବେ  ଜରିମାନା ଆଦାୟ ପାଇଁ  ଆଜିଠାରୁ କାର‌୍ୟ୍ୟ ଆରମ୍ଭ ହେବ । ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣରେ ଚାରୋଟି ଜୋନର ସଫେଇ ଦାୟିତ୍ୱ ରମେଶ ଗିରି, ସୁଶୀଲ ଘୋଷ, ବିମଲ ଧାରୁ ଏବଂ ସର୍ଦ୍ଦାର ବାରାସାଙ୍କ ଉପରେ ନ୍ୟସ୍ତ କରାଯାଇଛି । ବର୍ତ୍ତମାନ ଏହି ଚାରି ଜଣ  କ୍ଲିନିଂ ଇନ୍-ଚାର୍ଜ ନିଜ ନିଜ ଜୋନର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବେ ।  ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ  କରି ଜୋରିମାନା ଆଦାୟ କରିବେ ।

ମ୍ୟୁନିସିପାଲିଟି କର୍ପୋରେସନ୍ ଦକ୍ଷିଣ ଅଞ୍ଚଳରେ ବାହାରେ ଅଳିଆ ଫିଙ୍ଗିବାଲେ  ୧୦୦ ରୁ ୫ ହଜାର ଟଙ୍କା ପର‌୍ୟ୍ୟନ୍ତ ଜୋରିମାନା ଆଦାୟ କରାଯିବ। ଆବାସିକ ଘର ଓ ଗଳିରେ  ଅଳିଆ ଫିଙ୍ଗିଲେ ଲୋକଙ୍କୁ ୧୦୦ ଟଙ୍କା  ତଣ୍ଡ ଗଣିବାକୁ ପଡ଼ିବ । ସେହିପରି ଦୋକାନରୁ ରାସ୍ତାକୁ ଅଳିଆ ଫିଙ୍ଗିଥିବାର ଦେଖିଲେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୧୦୦୦ ଟଙ୍କା ଜରିମାନା  ଆଦାୟ କରାଯିବ। ଏଥିସହିତ ସ୍ୱେରେଜ୍ ସଂଯୋଗ ନନେେଇ  ସ୍ୱେରେଜକୁ ଅପରିଷ୍କାର ପାଣି ଛାଡ଼ିଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଅନ୍ୟପଟେ ମ୍ୟାରେଜ୍ ପ୍ୟାଲେସର ଆବର୍ଜନା ଫିଙ୍ଗିବା ଦ୍ୱାରା  ୫ ହଜାର ଟଙ୍କା ଜରିମାନା  ଗଣିବାକୁ ପଡ଼ିବ ।

Other Stories