ବାପା ନାଁରେ କଳଙ୍କ: ନାବାଳିକା ଝିଅ ସହ କଲା ଦୁଷ୍କର୍ମ, ଶେଷରେ ନାକ କାମୁଡି ଖାଇଦେଲା

ଜୋଧପୁର: କୁହାଯାଏ ବାପା ଥିବା ସନ୍ତାନ କେଉଁଠି ହାରେନି। ମା’ ସ୍ନେହ, ଆଦର ଦେଇ ପାଳିଥାଏ, ଆଉ ବାପା ଢାଲ ପରି ବିପଦ ଆପଦରେ ପିଲାଙ୍କ ସାମ୍ନାରେ ଛିଡ଼ା ହୋଇଥାଏ। ହେଲେ ଆମେ ଏମିତି ଜଣେ ବାପାଙ୍କ କଥା ଜଣାଇବାକୁ ଯାଉଛୁ, ଯିଏ ବାପା ନାମରେ ଥିଲେ ଜଣେ ରାକ୍ଷସ।  ଯିଏ ନିଜ ପିଲାକୁ କଳଙ୍କର କାଦୁଅ ଭିତରକୁ ଠେଲି ଦେଇଥିଲେ। ଯନ୍ତ୍ରଣାର ବେଡ଼ିରେ ବାନ୍ଧି ଦେଇଥିଲେ। ଏଇ ରାକ୍ଷସ ବାପା ହେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲ୍ଲାର। ଜଣେ ପିତାର ସବୁ ମଯ୍ୟାଦା ପାର କରିଥିବା ଏହି ବାପା ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିଛନ୍ତି। ଖାଲି ଦୁଷ୍କର୍ମ ନୁହେଁ, କ୍ରୋଧରେ ଝିଅର ନାକକୁ ଚୋବାଇ ଖାଇ ଦେଇଛନ୍ତି।  ସେତିକି ନୁହେଁଳ ନାବାଳିକାଙ୍କୁ ବଞ୍ଚାଇବା ପାଇଁ ଯେତେବେଳେ ତାଙ୍କର ଦାଦା ଝିଅକୁ ଅନ୍ୟତ୍ର ରଖିଲେ, ସେଠାରେ ପଡୋଶୀ ଜଣେ ଯବକଙ୍କ କବ୍‌ଜାରେ ପଡ଼ିଗଲା।

ଅଭିଯୁକ୍ତ ଏଇ ଯୁବକ ଜଣକ ନାବାଳିକାଙ୍କୁ ନିଶା ବଟିକା ଦେଇ ୨୮ ଦିନ ଧରି ଦୁଷ୍କର୍ମ କରିଥିଲା। ମାମଲା ସାମ୍ନାକୁ ଆସିବା ପରେ ପୀଡ଼ିତାଙ୍କୁ ଯୋଧପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ନାକର ସର୍ଜରୀ କରାଯାଇଛି। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିବା ସହ ଉକ୍ତ ଯୁବକଙ୍କୁ ଖୋଜୁଛି।

ଜୋଧପୁରର ଲୁଣୀ ଥାନା ଇଲାକାରେ ଘଟିଛି ଏପରି ହୃଦୟଥରା ଘଟଣା। ଅଭିଯୁକ୍ତ ପିତା ନିଜର ୧୫ ବର୍ଷ ବୟସ୍କା ନାବାଳିକା ଝିଅକୁ ଗତ ୨ ବର୍ଷ ଧରି ଯୌନ ଶୋଷଣ କରି ଆସୁଥିଲା। ଏପରକି ଅନେକ ଥର ସେ ଝିଅକୁ ମାରପିଟ୍‌ ମଧ୍ୟ କରିଛି। ଛୋଟ ଝିଅ ପ୍ରତି ହେଉଥିବା ଏପରି ଅକଥନୀୟ ଅତ୍ୟାଚାର ଦେଖି ପୀଡ଼ିତାଙ୍କ ଦାଦା ତାଙ୍କୁ ସେଠାରୁ ନେଇ ଏକ ଭଡ଼ାରେ ଅନ୍ୟ ଏକ ଘରେ ରଖାଇଥିଲେ। ହେଲେ ସେଠାରେ ପଡ଼ୋଶୀ ଜଣେ ଯୁବକଙ୍କ ନଜର ପଡ଼ିଲା ତାଙ୍କ ଉପରେ। ସେ ନିଜର କୁଚକ୍ରୀ ଜାଲ ବିଛାଇ ନାବାଳିକାକୁ ନିଶା ବଟିକା ଦେଇ ଯୌନ ଶୋଷଣ ଆରମ୍ଭ କରିଦେଲା।

ଦୀର୍ଘ ୨୮ ଦିନ ଧରି ନାବାଳିକାକୁ ନିଶା ବଟିକା ଖୁଆଇ ଉକ୍ତ ଯୁବକ ତା ସହ ଦୁଷ୍କର୍ମ କରୁଥିଲା । ନାବାଳିକା କୌଣସି ପ୍ରକାରେ ଯୁବକଙ୍କ କବ୍‌ଜାରୁ ଖସି ନିଜ ଘରକୁ ପଳାଇ ଆସିଲା । ହେଲେ ଏଠରେ ଯମଦୂତ ସାଜି ବସିଥିଲା ବାପା। ଝିଅକୁ ନିସ୍ତୁକ ପିଟିବା ସହ ରାଗରେ ତାର ନାକକୁ କାମୁଡି ଚୋବାଇ ଦେଇଥିଲା।

ଯାହା ବି ହେଉ, ପୋଲିସ ପୀଡ଼ିତାକୁ ଉଦ୍ଧାର କରିଛି। ପୀଡ଼ିତାଙ୍କ କହିବା ଅନୁଯାୟୀ, ତାଙ୍କର ପିତା ମା’ଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଅଧିକାଂଶ ସମୟ ମା’ଙ୍କୁ ମାର୍‌ପିଟ କରୁଥିଲେ। ସେ ଯେତେବେଳେ ୩ ବର୍ଷର ଥିଲେ, ତାଙ୍କ ମା’ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ଏହା ପରଠାରୁ  ବାପା ତାଙ୍କ ଉପରେ ଅତ୍ୟାଚାର କରି ଆସୁଛନ୍ତି। ସେ ୧୩ ବର୍ଷର ହେବା ପରେ ବାପା ତାଙ୍କ ସହ ଏପରି ଖରାପ କାମ କରି ଆସୁଛନ୍ତି।

ତାଙ୍କୁ ବଞ୍ଚାଇବା ପାଇଁ ଦାଦା ଗାଁ ଲୋକଙ୍କୁ କହି ଏକ ଅଲଗା ଘର ଦେଇଥିଲେ। ହେଲେ ସେଠାରେ ମଧ୍ୟ ତାଙ୍କ ଜୀବନ ଯନ୍ତ୍ରଣାର ଅନ୍ତ ହୋଇ ନ ଥିଲା। ପଡୋଶୀ ଯୁବକ ନିଶା ବଟିକା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଘରକୁ ଫେରିବା ପରେ ଦାଦାଙ୍କୁ ତ କିଛି କହି ପାରି ନ ଥିଲି, ହେଲେ ଦାଦିଙ୍କୁ କହିଥିଲି। ଏହା ପରେ ବାପା ଓ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏପରକି ବାପା ଝିଅକୁ ଧମକ ଚମକ ଦେବା ସହ ଦାଦାଙ୍କୁ ମଧ୍ୟ ମାମଲା ଫେରାଇ ଆଣିବା ପାଇଁ ଧମକ ଦେଉଛି ରାକ୍ଷସ ବାପା ପୋଲିସ ତାକୁ ଗିରଫ କରିଛି।

You might also like