ଜେଏନ୍‌ୟୁ ଦେଶଦ୍ରୋହ ମାମଲା : ଦିଲ୍ଲୀ ପୁଲିସକୁ ପଟିଆଲା ହାଉସ୍‌ କୋର୍ଟଙ୍କ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ : ଜେଏନ୍‌ୟୁ ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୁଲିସକୁ ପଟିଆଲା ହାଉସ୍‌ କୋର୍ଟଙ୍କ କଡ଼ା ଭର୍ତ୍ସନା। କୋର୍ଟରେ ଚାର୍ଜସିଟ୍ ଦାଖଲ ପୂର୍ବରୁ ଦିଲ୍ଲୀ ସରକାରଙ୍କ ଅନୁମତି କାହିଁକି ନେଇନଥିଲେ ବୋଲି ପୁଲିସକୁ ପ୍ରଶ୍ନ କରିଛନ୍ତି କୋର୍ଟ।

କେଜରୀଓ୍ୱାଲ ସରକାର ଚାର୍ଜସିଟ୍ ଦାଖଲ ପାଇଁ ଅନୁମତି ଦେଇନଥିବା ବେଳେ ତରବରିଆ ଭାବେ କାହିଁକି ଚାର୍ଜସିଟ୍ ଦାଖଲ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

କୋର୍ଟଙ୍କ ଭର୍ତ୍ସନା ପରେ ଦିଲ୍ଲୀ ପୁଲିସ ଆଗାମୀ ୧୦ ଦିନ ମଧ୍ୟରେ ଆପ୍ ସରକାର ଠାରୁ ଅନୁମତି ହାସଲ କରିବେ ବୋଲି କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୬ରେ ହେବ। ୨୦୧୬ ଫେବ୍ରୁଆରୀରେ ଜେଏନ୍‌ୟୁ କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶ ବିରୋଧୀ ନାରା ଦେବା ଅଭିଯୋଗ ପରେ କହ୍ନେୟା କୁମାର ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

You might also like