ଉଦ୍ଧାର ହେଲେ ଅପହୃତ ବିଜେପି ନେତା

ଶ୍ରୀନଗର: ଅପହରଣ ହୋଇଥିବା ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍‌-ଦିନ୍ ମଲ୍ଲାଙ୍କୁ ଉଦ୍ଧାର ହୋଇଛନ୍ତି। ପୁଲିସ୍ ଅଧିକାରୀଙ୍କ କହିବାନୁଯାଇ ସୁରକ୍ଷା କର୍ମୀ ଓ ଜାମ୍ମୁ ଓ କାଶ୍ମୀର ପୁଲିସର ମିଳିତ ଅପରେସନ୍‌ରେ ମଲ୍ଲାଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ମେହରାଜ୍‌ ବୁଧବାର ସକାଳେ କେଉଁ ଆଡ଼େ ଯାଉଥିବା ବେଳେ ବାରମୁଲ୍ଲା ଜିଲ୍ଲା ରାଫିଆବାଦର ମାରାଜିଗୁଣ୍ଡ ଅଞ୍ଚଳରେ ଦୁର୍ବୃତ୍ତମାନେ ଆସି ତାଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ। ଏହାପରେ ସୁରକ୍ଷା କର୍ମୀ ଓ ଜାମ୍ମୁ-କାଶ୍ମୀର ପୁଲିସର ମିଳିତ ଉଦ୍ୟମରେ ମଲ୍ଲାଙ୍କୁ ଉଦ୍ଧାର କରାଯାଇଛି। ମଲ୍ଲା ହେଉଛନ୍ତି, ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଓ୍ୱାଟେରଗାମ୍‌ ସୋପୋର ମ୍ୟୁନିସିପାଲିଟି କମିଟିର ଉପାଧ୍ୟକ୍ଷ।

ସୂଚନାଥାଉ କି, ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ୱାସିମ୍‌ ବରି, ତାଙ୍କ ଭାଇ ଓ ବାପାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବାର କିଛି ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଛି। ଜୁଲାଇ ୮ରେ ଏହି ଘଟଣା ଘଟିଥିଲା।

 

You might also like