• translate
Chandan Shishu

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ରାଜନେତାଙ୍କୁ ସର୍ବଦଳୀୟ ବୈଠକ ପାଇଁ ଦିଲ୍ଲୀ ଡାକରା। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ସମେତ ୧୪ ଜଣ ପ୍ରମୁଖ ରାଜନେତାଙ୍କୁ ଆମନ୍ତ୍ରଣ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। RTPCR କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ସେମାନଙ୍କୁ ଆସିବାକୁ କୁହାଯାଇଛି।

ଧାରା ୩୭୦ ଉଚ୍ଛେଦ ପରେ ଏଭଳି ପ୍ରଥମ ବୈଠକ ଆସନ୍ତା ୨୪ ତାରିଖରେ ହେବାକୁ ଯାଉଥିବା ବେଳେ, କ୍ରମଶଃ କଟକଣା କୋହଳ ପରେ ବିଧାନସଭା ନିର୍ବାଚନ ଆଡ଼କୁ ଜାମ୍ମୁ ଓ କାଶ୍ମୀରର ରାଜନୈତିକ ପ୍ରକ୍ରିୟାକୁ ଆଗେଇବା ପାଇଁ, ଏହି ବୈଠକରେ ମାନସମନ୍ଥନ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେଇପାରନ୍ତି।

ଏହି ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ତାରା ଚାନ୍ଦ, ପିପୁଲ୍ସ କନଫରେନ୍ସ ନେତା ମୁଜଫର୍ ହସିନ୍ ବେଗ୍, ବିଜେପି ନେତା ନିର୍ମଳ ସିଂ, କବିନ୍ଦର ସିଂ, ରବିନ୍ଦର ରାଇନା ପ୍ରମୁଖ ନେତାଙ୍କୁ ମଧ୍ୟ ଡକାଯାଇଛି। ଅନ୍ୟପକ୍ଷରେ ନ୍ୟାସନାଲ କନ୍ଫରେନ୍ସ, ପିଡିପି, କଂଗ୍ରେସ ଓ ସିପିଏମ୍ ନେତାମାନେ ଏହି ବୈଠକରେ ଯୋଗ ଦେବେ କି ନାହିଁ ନିଜ ନିଜ ଦଳ ମଧ୍ୟରେ ବୈଠକ କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

Other Stories