ଯବାନଙ୍କ ଜୀବନ ନେଲେ ଯବାନ: ASIଙ୍କୁ ଗୁଳି କରି ଆତ୍ମହତ୍ୟା କଲେ କନଷ୍ଟେବଲ

ଶ୍ରୀନଗର: ସାମାନ୍ୟ ଯୁକ୍ତିତର୍କରୁ ଉତ୍‌କ୍ଷିପ୍ତ ହୋଇ ସଶସ୍ତ୍ର ସୀମା ବଳର ଜଣେ କନଷ୍ଟେବଲ୍‌ ପାରାମିଲଟାରୀ ଫୋର୍ସର ଜଣେ ଏଏସ୍‌ଆଇଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ସୋମବାର କାଶ୍ମରୀର କୁଲଗାମ ଜିଲ୍ଲାରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ, ଏଏସ୍‌ଆଇ ସନ୍ଦୀପ କୁମାର ଓ କନଷ୍ଟେବଲ୍‌ ହେମନ୍ତ ଶର୍ମାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଖୁବ୍‌ଜୋର୍‌ରେ ଯୁକ୍ତିତର୍କ ହୋଇଥିଲା। ଏସ୍‌ଏସ୍‌ବିର ୪୯ ବାଟାଲିୟନ୍‌ର କାର୍ଯ୍ୟରତ ଥିବା ଉଭୟ ଯବାନ ଗୋଟିଏ ସ୍ଥାନରେ ପୋଷ୍ଟିଂ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଖୁବ୍‌ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ହେମନ୍ତ। ରାଗରେ ହିତାହିତ ଜ୍ଞାନ ଭୁଲି ଏସ୍‌ଆଇଙ୍କ ଉପରେ ଗୁଳି ଚଳାଇବା ଓ ପରେ ନିଜେ ଗୁଳି ଖାଇ ଆତ୍ମହତ୍ୟା କରିଥିଲେ।

ଏ ନେଇ ଶ୍ରୀନଗର ଜଣେ ବରିଷ୍ଠ ପୁଲିସ ଅଫିସର୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ କେଉଁ ବିଷୟରେ ଯୁକ୍ତିତର୍କ ଚାଲିଥିଲା, କାହିଁକି ହେମନ୍ତ ଏତେବଡ଼ ଚରମ ନିଷ୍ପତ୍ତି ନେଲେ, ସେ ନେଇ ତଦନ୍ତ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

You might also like