ଜାନୁଆରୀ-ମାର୍ଚ୍ଚରେ ଜିଓର ନିଟ‌୍‍ ଲାଭ ୧୭୭.୫ ପ୍ରତିଶତକୁ ବୃଦ୍ଧି

ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ  ୨୦୨୦) ନିଟ‌୍‍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟିରେ ପହଞ୍ଚିଛି। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଗ୍ରାହକ ସଂଖ୍ୟାରେ ଘଟିଥିବା ଦ୍ରୁତ  ବୃଦ୍ଧି କାରଣରୁ କଂପାନି ଏଭଳି ସଫଳତା ହାସଲ କରିଛି।

ଏହି ତିନି ମାସରେ ଜିଓର ନିଜସ୍ୱ ରାଜସ୍ୱ ୧୪,୮୩୫ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ତୁଳନାରେ ୨୬.୬ ପ୍ରତିଶତ ବୃଦ୍ଧି ଘଟିଛି। ପୂର୍ବବର୍ଷର ଚତୁର୍ଥ ତ୍ରୟମାସରେ ଜିଓର ନିଟ‌୍‍ ଲାଭ ୮୪୦ କୋଟି ଟଙ୍କା ଥିଲା। ୨୦୧୯-୨୦  ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ୱର ୨୦୧୯) ସହ ତୁଳନା କଲେ ଜିଓର ଚତୁର୍ଥ ତ୍ରୟମାସ ନିଟ‌୍‍ ଲାଭ ୭୨.୭ ପ୍ରତିଶତ ବୃଦ୍ଧି ପାଇଛି।
ଏହି ଚତୁର୍ଥ ତ୍ରୟମାସରେ କଂପାନିର ମାସିକ ଗ୍ରାହକ ପିଛା ହାରାହାରି ରାଜସ୍ୱ (ଏଆରପିୟୁ)ରେ ଉଲ୍ଲେଖନୀୟ ବୃଦ୍ଧି ଘଟି ୧୩୦.୬ ଟଙ୍କା ହୋଇଛି।

ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ସଂକ୍ରାନ୍ତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ‌୍‍ ଲିମିଟେଡ‌୍‍ ଅଧ୍ୟକ୍ଷ ଓ  ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ୱାନି ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନର ସଙ୍କଟ ସମୟରେ ଗ୍ରାହକମାନଙ୍କ ପାଇଁ ଯୋଗାଯୋଗ ଓ ପରିଚାଳନା ସହଜ କରିପାରିଥିବାରୁ ଆମେ ବେଶ‌୍‍ ଆନନ୍ଦିତ। ଜିଓର ପ୍ରତିଟି କର୍ମଚାରୀ ଗାହକମାନଙ୍କ ସୁବିଧାକୁ ଅଗ୍ରାଧିକାର ଦେଉଥିବାରୁ ଅମେ ଏବେ ପ୍ରାୟ ୪୦ କୋଟି ମୋବାଇଲ‌୍‍ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛୁ ।

ବିଶ୍ୱର ସର୍ବବୃହତ ଡିଜିଟାଲ କଂପାନି ଫେସବୁକ ସହ ଯୁଗାନ୍ତକାରୀ ସହଯୋଗିତା ସ୍ଥାପନ କରି ଜିଓ ପରବର୍ତ୍ତୀ ଅଭିବୃଦ୍ଧି ପଥରେ ଅଗ୍ରସର ହୋଇଛି। ଶ୍ରେଷ୍ଠମାନର ସଂଯୋଗ ସହିତ ମନୋରଂଜନ, ବାଣିଜ୍ୟ, ଯୋଗାଯୋଗ, ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ପ୍ରଯୁକ୍ତି ଦକ୍ଷତାକୁ ନେଇ ଭାରତକୁ ବାସ୍ତବରେ ଏକ ଡିଜିଟାଲ ସମାଜରେ ପରିଣତ କରିବା ଲାଗି ଆମେ ଉଭୟ ସଂସ୍ଥା ମିଶି ସଂକଳ୍ପ ନେଇଛୁ। ଭାରତର ୬୦ ନିୟୁତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ, ୧୨୦ ନିୟୁତ ଚାଷୀ, ୩୦ ନିୟୁତ କ୍ଷୁଦ୍ର ବ୍ୟବସାୟୀ ଓ ଅଣ ସଂଗଠିତ କ୍ଷେତ୍ରର ନିୟୁତାଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉପରେ ଆମର ଗୁରୁତ୍ୱ ରହିବ।’’

ଆହୁରି ପଢ଼ନ୍ତୁ

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

You might also like