ଓଡ଼ିଶା ବଜାରରେ ଅଗ୍ରଣୀ ସ୍ଥିତିରେ ଜିଓ : ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ବଜାରରେ ସମ୍ପୂର୍ଣ୍ଣ ଅଗ୍ରଣୀ ଥିବା ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ଦୁଇ ଲକ୍ଷ ତେୟାଳିଶ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ।୨୦୨୦ ଫେବ୍ରୁଆରି ୨୯ ସୁଦ୍ଧା ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୨୩ ଲକ୍ଷରୁ ଅଧିକ ରହିଥିବା ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି ।

ଫେବ୍ରୁଆରି ମାସରେ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ପାଖାପାଖି ୨.୦୬ ଲକ୍ଷ ବୃଦ୍ଧି ଘଟିଛି ଏବଂ ଏହା ସହିତ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୩୪ କୋଟିରେ ପହଞ୍ଚିଥିବା ଜଣାପଡିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟ ଟେଲିକମ୍ ବଜାରରେ ଅଗ୍ରଣୀ ଭୂମିକାରେ ଥିବା ରିଲାଏନ୍ସ ଜିଓର ୧,୨୩,୨୫,୫୮୭ ମୋବାଇଲ୍ ଉପଭୋକ୍ତା ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧,୧୫,୩୫,୨୨୬, ବିଏସ୍‌ଏନ୍‌ଏଲ୍‌ର ୬୧,୭୫,୭୬୮ ଓ ଭୋଡାଫୋନ୍ ଆଇଡିଆର ୩୩,୪୧,୭୯୦ ମୋବାଇଲ୍ ଉପଭୋକ୍ତା ଅଛନ୍ତି ।

ଫେବ୍ରୁଆରିରେ କେବଳ ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ୍ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଥିବା ବେଳେ ଏହି ସମାନ ସମୟରେ ଉଭୟ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଜିଓ ପକ୍ଷରୁ ୨.୪୩ ଲକ୍ଷ ଗ୍ରାହକ ଯୋଡ଼ାଯାଇଥିବା ବେଳେ ବିଏସ୍‌ଏନ୍‌ଏଲ୍ ପ୍ରାୟ ୭୫ ହଜାର ଗ୍ରାହକ ଯୋଡ଼ିଛି । ଭାରତୀ ଏୟାରଟେଲ୍ ଏହି ମାସରେ ରାଜ୍ୟରେ ୮୩ ହଜାରରୁ ଅଧିକ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ପ୍ରାୟ ୨୯,୦୦୦ ଗ୍ରାହକ ହରାଇଛି ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ୨୦୨୦ ଫେବ୍ରୁଆରିରେ ୬୨.୫ ଲକ୍ଷରୁ ଅଧିକ ଗ୍ରାହକ ଯୋଡିବା ସହ ଦେଶର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ୨୦୧୯ ଡିସେମ୍ବର ତଥ୍ୟ ଅନୁଯାୟୀ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଓ ରାଜସ୍ୱ ବଜାରରେ ସିଂହ ଭାଗ ଅଂଶ ସହିତ ରିଲାଏନ୍ସ ଜିଓ ଓଡ଼ିଶା ରାଜ୍ୟର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଛି ।

 

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like