ଜିନ୍ନା ହାଉସ୍ ହେବ ଇଣ୍ଟରନ୍ୟାସନାଲ୍ ସେଣ୍ଟ୍ରାଲ୍ ହାଉସ୍

ଜିନ୍ନା ହାଉସ୍‌କୁ ଇଣ୍ଟରନ୍ୟାସନାଲ୍ ସେଣ୍ଟ୍ରାଲ୍ ହାଉସ୍ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଣାଳୟ ପକ୍ଷରୁ ନିଷ୍ପତ୍ତି

ମୁମ୍ବାଇ: ବିବାଦୀୟ ଜିହ୍ନା ହାଉସ୍ ହେବ ଇଣ୍ଟରନ୍ୟାସନାଲ୍ ସେଣ୍ଟ୍ରାଲ୍ ହାଉସ୍। ହାଇଦ୍ରାବାଦ୍ ହାଉସ୍ ଭଳି ଏହାକୁ କାର୍ଯ୍ୟରେ ବ୍ୟବହାର କରାଯିବ। ବିଦେଶୀ ପ୍ରତିନିଧି ଏବଂ ଅନ୍ୟ ଅତିଥିଙ୍କ ସହ ଆଲୋଚନା କରାଯିବ। ଏହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଛି।

ମୁମ୍ବାଇର ମାଲାବାର୍ ଅଞ୍ଚଳରେ ଥିବା ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍ଲି ଜିହ୍ନାଙ୍କ ଘରକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏହି ସମ୍ପତ୍ତିକୁ ପାକିସ୍ତାନ ନିଜର ବୋଲି ବାରମ୍ବାର ଦାବି କରି ଆସିଛି। ଏପରିକି ଏହାକୁ ନିଜ ବାଣିଜ୍ୟିକ ଦୂତାବାସ କରିବା ନେଇ ପାକିସ୍ତାନ ସରକାର ଉଚ୍ଛା ପ୍ରକାଶ କରିଥିଲେ। ତେବେ ଏନେଇ ବମ୍ବେ ହାଇକୋର୍ଟରେ ମାମଲା ମଧ୍ୟ ରହିଛି। ଏହାକୁ ଭାରତ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ନିବେଦନ କରାଯାଇଥିଲା। ୧୯୩୬ ମସିହାରେ ମହମ୍ମଦ ଅଲ୍ଲି ଜିହ୍ନା ଏହାକୁ ନିର୍ମାଣ କରାଇଥିଲେ।

You might also like