ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ

କୃଷି ଆଇନ୍ ପ୍ରତ୍ୟାହାର କରି ଏମଏସପି ଉପରେ ସ୍ଥାୟୀ ଆଇନ ଲାଗୁ କରିବାକୁ ଦାବି

ହରିୟାଣା ଜିନ୍ଦରେ ୬୦ ଦିନରୁ ଅଧିକ ସମୟ ଧରି ଟୋଲ ପ୍ଲାଜାରେ ଆନ୍ଦୋଳନ କରୁଥିବା କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏମଏସପି ପାଇଁ ଆଇନ ପ୍ରଣୟନ ଦାବିରେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖି ଦୁଃଖ ଜଣାଇଛନ୍ତି। 

ଜିନ୍ଦ: କୃଷି ଆଇନ୍ ରଦ୍ଦ ପାଇଁ ରକ୍ତରେ ଚିଠି। ହରିୟାଣା ଜିନ୍ଦର ଜଣେ ଚାଷୀ ପ୍ରଧାନମନ୍ତ୍ରୀ ନରୀନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲଖିଛିନ୍ତି। କଳା ଆଇନକୁ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି । ଜିନ୍ଦର ଟୋଲ ପ୍ଲାଜାରେ କେନ୍ଦ୍ର ସରକାରଙ୍କ ଆଇନ୍ ବିରୋଧରେ ରାସ୍ତା କଡ଼ରେ ଶହ ଶହ ଚାଷୀ ଆନ୍ଦୋଳନରେ ବସିଛନ୍ତି। ସରକାରଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ ଶୁଣୁନଥିବା ଅଭିଯୋଗ କରି ସେମାନେ ଆଜି ଇଞ୍ଜେକ୍ସନର ସିରିଞ୍ଜ ଜରିଆରେ ରକ୍ତ ବାହାର କରି, ସେଥିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ ଜଣାଇଛନ୍ତି। ଆମକୁ କଳା ଆଇନର ଆବଶ୍ୟକତା ନାହିଁ, ପ୍ରତିବଦଳରେ ସରକାର ଏମଏସପି ଉପରେ ସ୍ଥାୟୀ ଆଇନ ଲାଗୁ କରନ୍ତୁ ବୋଲି ଦାବି ଜଣାଇଛନ୍ତି ।

’ଆଦରଣୀୟ ମୋଦି ଜି, ଆମକୁ ଏହି କଳା ଆଇନ ଦରକାର ନାହିଁ। ଏହି ଆଇନ ବଦଳରେ ଏମଏସପି ଉପରେ ସ୍ଥାୟୀ ଆଇନ ଲାଗୁ କରାଯାଉ”ବୋଲି ଚାଷୀ, ରକ୍ତରେ ମୋଦିଙ୍କୁ ଚିଠି ଲେଖିଛନ୍ତି। ଶୀତ, କାକରରେ ଦୀର୍ଘ ୬୩ ଦିନ ହେଲା  ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରାଯାଉଛି । ତଥାପି ସରକାର  ଦେଶର ମେରୁଦଣ୍ଡ ତଥା ଚାଷୀଙ୍କ ହିତ ବିଷୟରେ ଶୁଣୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଆମେ ନିଜ ରକ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଥିବା କଥା ପ୍ରକାଶ କରିଛନ୍ତି।

ରକ୍ତରେ ଚିଠି ଲେଖି ମୋଦିଙ୍କୁ ଏକ ବାର୍ତ୍ତ ଦେବାପାଇଁ ଚାହୁଁଥିବା କହିଛନ୍ତି ଚାଷୀ।  ଗାନ୍ଧିବାଦୀ ତରିକାରେ ଚାଷୀମାନେ ଆନ୍ଦୋଳନ କରିପାରନ୍ତି, ଆଉ ଭଗତ ସିଂହଙ୍କ ଭଳି ରକ୍ତ ଦେବା ପାଇଁ ମଧ୍ୟ ଜାଣିଛନ୍ତି। କେବଳ ଏତିକି ନୁହେଁ ଦାବି ନଶୁଣିଲେ ତଥା ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ରୂପେ ଉଚ୍ଛେଦ ନକଲେ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚରମ ଚେତାବନୀ ଶୁଣାଇଛନ୍ତି।

ସୂଚନାଯୋଗ୍ୟ  କୃଷି ଆଇନ୍ ବିରୋଧରେ ମାସ ମାସ ଧରି ଆନ୍ଧାଳନ କରୁଛନ୍ତି କୃଷକ। ବାରମ୍ବାର ଆଲୋଚନା ପରେ ମଧ୍ୟ କୌଣସି ନିଷ୍ପର୍ଷ ବାହାରି ପାରୁନାହିଁ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ରାଜ୍ୟର ଚାଷୀ ଗତ ଦୁଇ ମାସରୁ ଅଧିକ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି।

You might also like