ମହେଶ ଭଟ୍ଟଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଜିଆ ଖାନଙ୍କ ମା’

ମୁମ୍ବାଇ: ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରାବିଆ ଖାନ୍।

ସେ କହିଛନ୍ତି, ଜିଆଙ୍କ ଅନ୍ତିମ କ୍ରିୟା ବେଳେ ମହେଶ ଭଟ୍ଟ ତାଙ୍କୁ ଚୁପ୍‌ ରହିବାକୁ ଧମକାଇ ଥିଲେ। କହିଥିଲେ, ଚୁପ୍ ନ ରହିଲେ ତୁମକୁ ବି ଏଇଭଳି ଶୁଆଇ ଦେବୁ।

ଏହି ସାକ୍ଷାତ୍‌କାରରେ ରବିଆ ଖାନ ବଲିଉଡ୍‌ ମାଫିଆଙ୍କ କଥା ବି କହିଛନ୍ତି। ଜିଆଙ୍କ ହତ୍ୟା ଘଟଣାରେ କିଭଳି ବଲିଉଡ୍‌ ମାଫିଆମାନେ ପାୱାର ଓ ପଇସା ବଳରେ ସୁରଜ ପଞ୍ଚୋଲିଙ୍କୁ ସାହାଯ୍ୟ କଲେ ସେ କଥା ଗଣମାଧ୍ୟମରେ ବଖାଣିଛନ୍ତି ରାବିଆ।

ଜିଆ ଖାନଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନ ଥିଲା- ଜିଆ ପୂର୍ବରୁ ମାନସିକ ଚାପରେ ଥିଲେ ବୋଲି କୁହାଯାଇଥିଲା। ଆପଣ ଏ ବିଷୟରେ କ’ଣ କହିବେ ?

ଏହାର ଉତ୍ତର ଦେଇ ରାବିଆ କହିଥିଲେ, “କେବଳ ମହେଶ ଭଟ୍ଟଙ୍କୁ ଛାଡ଼ି ଏ କଥା ଆଉ କିଏ କହିଥିଲା? ମୋ ଝିଅ ଅନ୍ତିମ କ୍ରିୟାରେ ମହେଶ ଭଟ୍ଟ ମୋ ପାଖକୁ ଆସିଥିଲେ। ଜିଆ ମାନସିକ ଚାପରେ ଥିଲା ବୋଲି କହିଥିଲେ। କିନ୍ତୁ ମୁଁ ତାଙ୍କୁ ଜବାବ ଦେଇ କହିଥିଲି, ‘ଏକ୍ସକ୍ୟୁଜ୍‌ ମି ସାର୍, ମୋ ଝିଅ ଚାପରେ ନଥିଲା।’ ଏହାପରେ ସେ ମୋତେ କହିଥିଲେ, ଚୁପ୍ ହେଇଯାଅ ନହେଲେ ତୁମକୁ ବି ଇଞ୍ଜେକ୍ସନ ଦେଇ ଶୁଆଇ ଦେବୁ।

ସେହିଭଳି ସୁଶାନ୍ତ ରାଜପୁତଙ୍କ ମାନସିକ ଅବସ୍ଥାରେ ମହେଶ ଭଟ୍ଟଙ୍କ ପ୍ରତିକ୍ରିୟା ବିଷୟରେ ତାଙ୍କୁ ପ୍ରଶ୍ନ ପଚାରିବାରୁ ରାବିଆ କହିଥିଲେ, ମହେଶ ଭଟ୍ଟ ହେଉଛନ୍ତି, ବଲିଉଡ୍‌ ମାଫିଆଙ୍କର ମୁଖ୍ୟ। ସେ କିଛି ଜାଣନ୍ତିନି। ଯେତେବେଳେ ମୋ ଝିଅ ମାତ୍ର ୧୬ ବର୍ଷ ବୟସରେ ତାଙ୍କ ପାଇଁ ଫିଲ୍ମରେ କାମ କରୁଥିଲା, ସେତେବେଳେ ସେ ମୋତେ ମୋ ଝିଅକୁ ଅଲଗା ଛାଡ଼ିଦେବାକୁ କହିଥିଲେ। କିନ୍ତୁ ମୁଁ ତାକୁ କେମିତି ଏକା ଛାଡ଼ି ଦେଇଥାନ୍ତି ? ମୁଁ ସବୁବେଳେ ନ୍ୟାୟ ପାଇଁ ସ୍ୱର ଉଠାଇବି, ସାରା ବିଶ୍ୱକୁ ସେମାନଙ୍କର ପରିଚୟ କହିବି ବୋଲି ରାବିଆ କହିଥିଲେ।

୨୦୧୩ ରେ ମୁମ୍ବାଇସ୍ଥିତ ଜିଆଙ୍କ ବାସ ଭବନରେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାରେ ତାଙ୍କ ପରିବାର ଜିଆଙ୍କ ବୟଫ୍ରେଣ୍ଡ ସୁରଜ ପଞ୍ଚୋଲିଙ୍କୁ ଦାୟୀ କରିଥିଲେ।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like