ପିଶାଚ ସାଜିଲା ମଣିଷ: ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଗ୍ଲାସ ପୂରାଇ ଦେଲେ ଦୁର୍ବୃତ୍ତ

ସବୁ ସୀମାକୁ ଟପିଗଲେ ଦୁର୍ବୃତ୍ତ

ଜଘନ୍ୟ, ଲୋମହର୍ଷଣକାରୀ….ସାଂଘାତିକ

ସୀମା ଟପିଲା ବର୍ବରତା

ସବୁ ସୀମାକୁ ଟପିଗଲେ ଦୁର୍ବୃତ୍ତ। ଘଟାଇଲେ ନାରକୀୟ କାଣ୍ଡ। ମଣିଷ ଯେ, ରାକ୍ଷସ ସ୍ୱଭାବ ଦେଖାଇବା ତାହା କେହି କଳ୍ପନା ବି କରିନଥିଲେ। ଝାଡ଼ଖଣ୍ଡରେ ନିର୍ଭୟା କାଣ୍ଡର ହେଲା ପୁନରାବୃତ୍ତି। ଶୌଚ ହେବାକୁ ଯାଇଥିବା ଜଣେ ୫୦ବର୍ଷୀୟ ବିଧବା ମହିଳା ଗଣଦୁଷ୍କର୍ମର ହୋଇଛନ୍ତି ଶିକାର। କେବଳ ଯେ, ଗଣଦୁଷ୍କର୍ମ କଲେ ତାହା ନୁହେଁ ବରଂ ମହିଳାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ, ଝାଡଖଣ୍ଡର ଚତରାରେ ଏମିତି ଭୟଙ୍କର ଘଟଣା ଘଟିଛି। ତେବେ ଶୌଚ ହେବାକୁ ଯାଇଥିବା ସମ୍ପୃକ୍ତ ମହିଳାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିବା ଏବଂ ପରେ ତାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରିଛି ପୋଲିସ

ସୀମା ଟପିଲା ନୃଶଂସତା। ପିଶାଚ ସାଜିଲା ମଣିଷ। ଗଣଦୁଷ୍କର୍ମ କରିବା ପରେ ବି ରାକ୍ଷସ ମଣିଷ ତାଙ୍କ ଗୁପ୍ତାଙ୍ଗରେ ବି ଗ୍ଲାସ ପୂରାଇ ଦେଲା। ତେବେ ଘଟଣାଟି ଗତ ଗୁରୁବାର ଘଟିଥିବା ନେଇ ସୂଚନା ରହିଛି। ବର୍ତ୍ତମାନସୁଦ୍ଧା ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ଜମେ ଅଭିଯୁକ୍ତ ଖୁଲମଖୁଲା ବାହାରେ ବୁଲୁଛି।

ସୂଚନା ଅଉସାରେ, ଗତ ଗୁରୁବାର ରାତି ୧୦ଟାରେ ପୀଡ଼ିତା ଜଣକ ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଏହା ସହ ତାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଇଥିଲେ। ଦୁଷ୍କର୍ମ ବିଷୟରେ ଯଦି କାହାକୁ ଜଣାଇବେ, ତେବେ ପରିସ୍ଥିତି ଏହାଠାରୁ ଆହୁରି ଭୟାବହ ହେବ ବୋଲି ଧମକ ବି ଦେଇଥିଲେ।

ଗଣଦୁଷ୍କର୍ମ କଲେ, ରାସ୍ତା ଉପରେ ଫୋପାଡ଼ି ଦେଲେ

ଦୁଷ୍କର୍ମ କରିବା ପରେ ଘଟଣାସ୍ଥଲରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସେପଟେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକ ଖୋଜିବାକୁ ଯାଇଥିଲେ। ତେବେ ପରିବାର ଲୋକେ ଯାହା ଦେଖିଲେ, ସେ ଦୃଶ୍ୟକୁ ବୟାନ କରିବା ହୁଏତ ଆମ ପାଖରେ ସମ୍ଭବ ନୁହେଁ। ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ହିଁ ପଡିଥିଲେ ସେହି ମହିଳା। କେହି କିଛି ବୁଝିପାରିନଥିଲେ…..କଣ ହୋଇଛି? କେମିତି ହୋଇଛି? କିଏ କରିଛି ତାହାର ଉତ୍ତର କାହା ପାଖରେ ନଥିଲା। ତେବେ ସାଙ୍ଗେ ସାଙ୍ଗେ ତାଙ୍କୁ ନିକଟସ୍ଥ ହଣ୍ଟରଗଞ୍ଜ କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରିଥିଲେ ପରିବାର ଲୋକ। ପରେ ଅବସ୍ଥା ସଂକଟାପୂର୍ଣ୍ଣ ହେବାରୁ ତାଙ୍କୁ ଗୟାର ଅନୁଗ୍ରହ ନାରାୟଣ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ଗଣଦୁଷ୍କର୍ମ ଶିକାର ହୋଇଥିବା ମହିଳା ଏବେ ମୃତ୍ୟ ସହ ଲଢେଇ କରୁଛନ୍ତି । ଘଟଣା ଶୁଣିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଥରେ ଚିନ୍ତା କରନ୍ତୁ ଯାହାଙ୍କ ସହ ଏମିତି ଘଟଣା ଘଟିଛି ତାଙ୍କୁ ଓ ତାଙ୍କ ପରିବାରର ଅବସ୍ଥା ବର୍ତ୍ତମାନ କେମିତି ଥିବ? ସଭ୍ୟ ସମାଜରେ ଏମିତି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଗୋଟିଏ ପଟେ ନାରୀ କୁ ସମ୍ମାନ, ମହିଳାଙ୍କୁ ଅଗ୍ରାଧିକାର ଦେବା ସହ ଅପରାଧ ନିୟନ୍ତ୍ରଣ କରିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି କିନ୍ତୁ ନିତିଦିନ ଗଣଦୁଷ୍କର୍ମ ପରି ମାମଲା ବଢିବାରେ ଲାଗିଛି। ତେବେ କହିବାକୁ ଗଲେ ନାରୀ ସୁରକ୍ଷାକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡା ହୋଇଛି।

You might also like