ଲଣ୍ଡନରେ ନିଲାମ ହେଲା ମହାରାଜା ରଣଜୀତ୍‌ ସିଂହଙ୍କ ପତ୍ନୀଙ୍କ ସ୍ୱର୍ଣ୍ଣାଳଙ୍କାର

ଲଣ୍ଡନ: ପଞ୍ଜାବର ମହାରାଜା ରଣଜୀତ ସିଂହଙ୍କ ଶେଷ ପତ୍ନୀ ମହାରାଣୀ ଜିନ୍ଦନ କୌରଙ୍କ ଦାମୀ ଆଭୂଷଣ ଲଣ୍ଡନରେ ନିଲାମ ହୋଇଛି। ଏହି ଆଭୂଷଣ ଜିନ୍ଦନଙ୍କ ଜ୍ୟେଷ୍ଠ ନାତୁଣୀ ପ୍ରିନ୍‌ସ ବାମ୍ବା ସୁଥରଲେଣ୍ଡଙ୍କ ପାଖରେ ଥିଲା।  ମହାରାଣୀଙ୍କ ଏହି ଆଭୂଷଣ ମଧ୍ୟରେ ସୁନା ଏବଂ ରତ୍ନ ଖଚିତ ଏକ ଚାନ୍ଦର ଟିକା, ମୋତି ହାର ଏବଂ ଅନ୍ୟ ଦୁର୍ଲଭ ଗହଣା ରହିଛି । ଏହି ସମସ୍ତ ଗହଣା ୬୨, ୫୦୦ ପାଉଣ୍ଡ ଅର୍ଥାତ୍‌ ୬୦ ଲକ୍ଷ ଟଙ୍କାରୁ ଅଧିକରେ ନିଲାମ ହୋଇଛି। ଗତ ସପ୍ତାହରେ ଅୟୋଜିତ ଏକ ଆର୍ଟସେଲରେଏହାକୁ ନିଲାମ ନେବା ପାଇଁ ବହୁ କ୍ରେତା ଆସିଥିଲେ।

ଇଂଗ୍ରେଜମାନେ ପଞ୍ଜାବ କବ୍‌ଜା କରିବାକୁ ଆସିଥିବାବେଳେ ଜିନ୍ଦନ ସେମାନଙ୍କୁ ରୋକିଥିଲେ। ହେଲେ ଶେଷରେ ତାଙ୍କୁ ହାର ମାନିବାକୁ ପଡ଼ିଥିଲା। ଏହା ପରେ ଲାହୋରରେ ଥିବା ମହାରାଜଙ୍କ ଖଜାନାରୁ ୬୦୦ରୁ ଅଧିକ ଆଭୂଷଣକୁ ଜବତ କରାଯାଇଥିଲା। ମହାରାଣୀ ୧୮୪୮ରେ ନେପାଳ ପଳାଇ ଯାଉଥିବାବେଳେ ଧରାପଡ଼ିଥିଲେ ଏବଂ କାରାଗାରରେ ତାଙ୍କର ଜୀବନ କଟିଥିଲା। ତେବେ ଏହି ନିଲାମରେ ଉନବିଂଶ ଶତାବ୍ଦୀର ଅନେକ ଐତିହାସିକ କଳାକୃତି ମଧ୍ୟ ନିଲାମ ହୋଇଥିଲା।

ନିଲାମ଼କର୍ତ୍ତା ମୁଖ୍ୟ ଅଲିଭର ହ୍ୱାଇଟଙ୍କ କହିବା ଅନୁଯାୟୀ, ମହାରାଣୀ ଜିନ୍ଦନ କୌର ଯେତେବେଳେ ତାଙ୍କ ପୁଅ ଦୁଲୀପ ସିଂହଙ୍କ ସହ ଲଣ୍ଡନରେ ରହିବା ପାଇଁ ରାଜି ହୋଇଥିଲେ ସେତେବେଳେ ଏହି ଆଭୂଷଣକୁ  ବ୍ରିଟିଶ ସରକାର ତାଙ୍କୁ ଫେରାଇ ଦେଇଥିଲେ। ହେଲେ ପରେ ଯୁବରାଜ ଦୁଲୀପଙ୍କ ଲାହୋର ପଳାଇ ଯାଇଥିଲେ। ତାଙ୍କର ବଡ ଝିଅ ବାମ୍ବା ଇଂଲଣ୍ଡରେ ରହୁଥିଲେ। ବାମ୍ବୀ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆମେରିକା ମେଡିକାଲ କଲେଜରେ ପଢୁଥିଲେ।

You might also like