ମହାକାଶ ଭ୍ରମଣରେ ଯିବେ ଆମାଜନ୍ ସିଇଓ ଜେଫ୍ ବେଜୋସ୍‌

ପିଲାଦିନର ସ୍ୱପ୍ନ ସତ ହେବ । ମହାକାଶ ଯାତ୍ରା କରିବେ ଆମାଜନ ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ । ଭାଇ ସହ ଦୁଃସାହସିକ ମହାକାଶ ଯାତ୍ରା କରିବେ ବୋଲି ଗତକାଲି ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ନିଜ କମ୍ପାନୀ’ ବ୍ଲୁ ଅରିଜିନ୍’ର ପ୍ରଥମ ମାନବ ମହାକାଶ ଉଡ଼ାଣ ସଂଚାଳିତ କରୁଥିବା ବେଳେ ମହାକାଶଯାନରେ ସବାର ହେବେ ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ତଥା ଶିଳ୍ପପତି ଜେଫ୍ ବେଜୋସ୍ । ଜେଫ୍ ବେଜୋସଙ୍କ ଯାତ୍ରା ଟେକ୍ସାସରୁ ମହାକାଶକୁ ଏକ ସଂକ୍ଷିପ୍ତ ଯାତ୍ରା ହେବ ।

ଜେଫ୍ ବେଜୋସ୍ ପ୍ରଥମ ଥର ପାଇଁ ଜୁଲାଇ ୨୦ ରେ ତାଙ୍କ ରକେଟ୍ କମ୍ପାନୀ ବ୍ଲୁ ଅରିଜିନ ଦ୍ୱାରା ପ୍ରେରଣ କରାଯାଉଥିବା ମହାକାଶ ଯାନରେ ମହାକାଶ ଭ୍ରମଣ କରିବେ। ତାଙ୍କ ଭାଇ ମାର୍କ ଏବଂ ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସହିତ ରହିବେ । ତୃତୀୟ ଆସନ ପାଇଁ ଅନଲାଇନ୍ ନିଲାମ ଅନୁଷ୍ଠିତ ହୋଇଯାଇଛି, ଯାହା ଏହି ମହାକାଶ ଯାତ୍ରା ପାଇଁ କରାଯାଇଥିଲା । ନିଲାମୀ ଜୁନ୍ ୧୨ ରେ ଶେଷ ହେବ ଏବଂ ଏହା ପରେ ଜଣାପଡ଼ିବ ଜେଫ ବେଜୋସଙ୍କ ସହିତ ମହାକାଶ ଭ୍ରମଣରେ ଯାଉଥିବା ତୃତୀୟ ବ୍ୟକ୍ତି କିଏ । ତୃତୀୟ ବ୍ୟକ୍ତି ପାଇଁ ଡକାଯାଇଥିବା ନିଲାମୀର ବିଡ ବର୍ତ୍ତମାନ ୨,୮୦୦,୦୦୦ ଡଲାର, ଯେଉଁଥିରେ ୧୪୩ ଟି ଦେଶରୁ ୬,୦୦୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

ରକେଟ୍ କମ୍ପାନୀ ବ୍ଲୁ ଅରିଜିନର ଏହା ପ୍ରଥମ ମହାକାଶ ଯାତ୍ରା । ରିପୋର୍ଟ ଅନୁଯାୟୀ, ସମୁଦାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ଏହି ମହାକାଶ ଯାତ୍ରା । ଯାତ୍ରୀମାନେ କାର୍ମନ ଲାଇନ ଉପରେ ଚାରି ମିନିଟ୍ ସମୟ ଅତିବାହିତ କରିବେ । କାର୍ମାନ ଲାଇନ ପୃଥିବୀର ବାୟୁମଣ୍ଡଳ ଏବଂ ମହାକାଶ ମଧ୍ୟରେ ଚିହ୍ନିତ ସୀମାକୁ ଚିହ୍ନିତ କରେ । ପୃଥିବୀର ବାୟୁମଣ୍ଡଳ ଏବଂ ବାହ୍ୟ ସ୍ଥାନ ମଧ୍ୟରେ ଏହା ଏକ ସୀମା ରେଖା ।

ଜେଫ୍ ବେଜୋସ୍ ଆମାଜନ୍ ଡଟ୍ ଇନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ଇସ୍ତଫା ଦେବାକୁ ଯୋଜନା କରିବାର ପ୍ରାୟ ଦୁଇ ସପ୍ତାହ ପରେ ଜୁଲାଇ ୨୦ ପାଇଁ ବିମାନ ଉଡ଼ାଣ ସ୍ଥିର ହୋଇଛି । ସୋସିଆଲ ମିଡିଆରେ ତାଙ୍କର ମହାକାଶ ଭ୍ରମଣ ଘୋଷଣା କରି ଜେଫ୍ ବେଜୋସ୍ ଲେଖିଛନ୍ତି, ଯେତେବେଳେ ମୋର ବୟସ ୫ ବର୍ଷ ହୋଇଥିଲା, ମୁଁ ମହାକାଶ ଭ୍ରମଣର ସ୍ୱପ୍ନ ଦେଖିଥିଲି। ଜୁଲାଇ ୨୦ ରେ, ମୁଁ ମୋ ଭାଇଙ୍କ ସହ ଏହି ଯାତ୍ରା କରିବି ଏବଂ ଏହା ମୋର ସର୍ବୋତ୍ତମ ବନ୍ଧୁଙ୍କ ସହ ସବୁଠାରୁ ବଡ ଦୁଃସାହସିକ କାର୍ଯ୍ୟ ହେବ। ”

You might also like