ଯୁଗ୍ମ ପ୍ରବେଶିକା ପରୀକ୍ଷା JEE (ମେନ୍) ସ୍ଥଗିତ

ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା, JEE (ମେନ୍) ସ୍ଥଗିତ । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି( NTA)  JEE (ମେନ୍) ପରୀକ୍ଷାକୁ ସ୍ଥଗିତ ରଖିଛି  । ଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଲଗାତାର ଉଠୁଥିବା ଦାବିକୁ ଧ୍ୟାନରେ ରଖି NTA ୧୦ ଦିନ ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖିଛି । ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହେବ ।

ତେବେ ନୂଆ ତାରିଖ ଘୋଷଣାର ୧୫ ଦିନ ପୂର୍ବରୁ ଜଣାଇ ଦିଆଯିିବ ବୋଲି ଏନଟିଏ ବିଜ୍ଞପ୍ତି ଜରିଆରେ କୁହାଯାଇଛି । ଏହି ସମୟ ମଧ୍ୟରେ ପରୀକ୍ଷାର୍ଥୀମାନେ ଏନଟିଏ ଅଭ୍ୟାସ ଆପ୍ ସାହାଯ୍ୟ ନେଇ ପ୍ରାକ୍ଟିସ କରିପାରିବେ ବୋଲି କୁହାଯାଇଛି ।  ଚଳିତ ମାସ ୨୭, ୨୮, ୩୦ରେ ହେବାର ଥିଲା ପରୀକ୍ଷା । ଜେଇଇ (ମେନ୍)-୨୦୨୧ର ଦୁଇଟି ସେସନ ଫେବୃଆରୀ ଓ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇସାରିଛି ।  ପ୍ରଥମ ସେସନ ଫେବ୍ରୁଆରି ୨୩ରୁ ୨୬ ଯାଏ ହୋଇଥିଲା ଦ୍ୱିତୀୟ ସେସନ ମାର୍ଚ୍ଚ ୧୬ରୁ ୧୮ ଯାଏ ଚାଲିଥିଲା । 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଟିଏକୁ ପରୀକ୍ଷା ସ୍ଥଗିତ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା ବେଲି କହିଛନ୍ତି‌ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ସୂଚନାଯୋଗ୍ୟ ଜେଇ ମେନ୍ ୨୦୨୧ ପରୀକ୍ଷା ୪ଟି ସେସନରେ ଅନୁଷ୍ଠିତ ହେଉଛି । ଦୁଇ ସେସନ୍ ଶେଷ ହୋଇଥିବା ବେଳେ ତୃତୀୟ ସେସନ ପୂର୍ବରୁ ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ ପରୀକ୍ଷାକୁ ସ୍ଥଗିତ ରଖିବାକୁ ପଡ଼ିଛି ।  ବୋର୍ଡ଼ ଏବେ ଏପ୍ରିଲ ସେସନ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ଼ ଜାରି କରିନାହାନ୍ତି । ନୂଆ ତାରିଖ ଘୋଷଣା ପରେ ୱେବସାଇଟ jeemain.nic.in ଭିଜିଟ କରି ଆପଣ ଆଡମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବେ । ପରୀକ୍ଷା ସମ୍ମନ୍ଧୀୟ ଅନ୍ୟ ସମସ୍ତ ସୂଚନା ୱେବସାଇଟରେ ହିଁ ଜାରି କରାଯିବ ।

You might also like