ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

ଆସାମ: ଖୋଲିଲା ଟପ୍ପରଙ୍କ ରହସ୍ୟ। ନିଜେ ପରୀକ୍ଷା ନଦେଇ ବସାଇଥିଲେ ଅନ୍ୟ ଜଣେ ପରୀକ୍ଷାର୍ଥୀ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଆସାମରେ। ଗୌହାଟୀର ଜେଇଇ ମେନ୍‌ରେ ଟପ୍ କରିଥିବା ଆସାମର ଛାତ୍ର ନୀଳ ନକ୍ଷତ୍ର ଦାସଙ୍କୁ ଗିରଫ ପରେ ଘଟଣା ଉପରୁ ପରଦା ହଟିଛି। ପରୀକ୍ଷାର୍ଥୀ ନୀଳ ନକ୍ଷତ୍ର ଦାସ ତାଙ୍କ ବାପାଙ୍କ ସମେତ ପରୀକ୍ଷା କେନ୍ଦ୍ରର ୩ ଜଣଙ୍କୁ ଗିରଫ କରାଯାଇଛି।

ଗୌହାଟୀ ଅଜରା ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ, ନୀଳ ନିଜ ସ୍ଥାନରେ ଅନ୍ୟ ଜଣେ ଛାତ୍ରଙ୍କୁ ପରୀକ୍ଷା ପାଇଁ ପଠାଇଥିଲେ। ପରୀକ୍ଷା କେନ୍ଦ୍ରରେ ବେଶ ଚାଲାକ୍‌ର ସହ ଛାତ୍ର ଜଣକ ଯାଇ ପରୀକ୍ଷା ଦେଇଥିଲେ। ଏଥିରେ ପରୀକ୍ଷା କେନ୍ଦ୍ରର କିଛି କର୍ମଚାରୀ ବି ସଂପୃକ୍ତ ଥିଲେ।

ଆହୁରି ପଢ଼ନ୍ତୁ: କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ପରୀକ୍ଷା ଦେଇଥିବା ବ୍ୟକ୍ତି ଜଣକ ମିତ୍ରଦେବ ଶର୍ମା, ତାଙ୍କୁ ଖୋଜାଖୋଜି କରୁଛି ପୋଲିସ୍। ଏହି ଗୋଟିଏ ଘଟଣା ନୁହେଁ ଏହା ପଛରେ ଏକ ବଡ଼ ସ୍କାମ କାମ କରୁଥିବା ପୋଲିସ୍‌କୁ ସୁରାକ ମିଳିଛି। ନୀଳ ନକ୍ଷତ୍ର ଜେଇଇ ମେନ୍‌ରେ ୯୯ ଦଶମିକ ୮ ପ୍ରତିଶତ ମାର୍କ ଆଣିଛନ୍ତି। ହିନ୍ଦୀ ଫିଲ୍ମ ଚିଟ୍ ଇଣ୍ଡିଆରେ ସେହି କାହାଣୀକୁ ପ୍ରଦର୍ଶିତ କରାଯାଇଛି।

ଅଧିକ ଦେଶ ବିଦେଶ ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ

You might also like