JEE Main ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ JEE Main ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଏପ୍ରିଲ ୫, ୭, ୯ ଓ ୧୧ରେ JEE Main ହେବା ପାଇଁ ସ୍ଥିର କରାଯାଇଥିଲା। ଯେହେତୁ ବିଭିନ୍ନ ସହରରେ ପରୀକ୍ଷା ସେଣ୍ଟର ହୋଇଥାଏ, ତେଣୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାକୁ ପଡ଼ିବ। ଏଭଳି ସ୍ଥିତିରେ କରୋନା ସତର୍କତାକୁ ନେଇ ପରୀକ୍ଷା ଘୁଞ୍ଚା ଯାଇଥିବା ଜଣାପଡ଼ିଛି।

ପୁଣି ପରୀକ୍ଷା( JEE Main) କେବେ ହେବ ସେନେଇ ମାର୍ଚ୍ଚ ୩୧ରେ ଘୋଷଣା ହେବ।

ସୂଚନାଥାଉ କି, ‘କରୋନା’ ପାଇଁ ଆଜି ହେବାକୁ ଥିବା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

You might also like