JEE ମେନ୍‌ ମେ’-୨୦୨୧ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ-ଏପ୍ରିଲ ପରେ ଏବେ ଜେଇଇ ମେନ୍‌ ମେ-୨୦୨୧ ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଛି । ନାଶନାଲ ଟେଷ୍ଟିଂ ଏଜେନ୍ସି (NTA)   ଏ ସମ୍ପର୍କରେ ନୋଟିସ୍‌ ଜାରି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏ ସମ୍ପର୍କରେ ସୂଚନା ଦେଇ ଟୁଇଟ କରିଛନ୍ତି।

ଏନଟିଏ କହିଛି, ଜେଇଇ ମେନ୍‌ ୨୦୨୧ ଦୁଇଟି ପର୍ଯ୍ୟାୟ ପରୀକ୍ଷା ଫେବୃଆରୀ ଓ ମାର୍ଚ୍ଚରେ ହୋଇ ଯାଇଛି । ଏପ୍ରିଲ ପରୀକ୍ଷା ୨୭, ୨୮ ଏବଂ ୩୦ରେ ହେବାର ଥିଲା । ହେଲେେ କୋଭିଡ-୧୯କୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରି ଦିଆଯାଇଥିଲା । ଏବେ ଜେଇଇ ମେନ୍‌ ମେ’-୨୦୨୧ ପରୀକ୍ଷାକୁ ବି ସ୍ଥଗିତ କରି ଦିଆଯାଇଛି । ଏହି ପରୀକ୍ଷା ୨୪ରୁ ୨୮ ମେ’ ୨୦୨୧ ପର୍ଯ୍ୟନ୍ତ ହେବାର ଥିଲା । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନାଥାଉ କି, ଜେଇଇ ମେନ ମେ’ ୨୦୨୧ ସେସନ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇନାହିଁ । ଏନଟିଏ ପକ୍ଷରୁ କୁହାଯାଇଛି, ରେଜିଷ୍ଟ୍ରେଶନ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ । ଏକଥା ମଧ୍ୟ କୁହାଯାଇଛି, ଏହି ଅତିରିକ୍ତ ସମୟର ଫାଇଦା ଛାତ୍ରମାନେ ଉଠାଇବେ ଏବଂ ପରୀକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତି କରିବେ ।

NTA Abhyas App ରେ ଘରେ ବସି ମକ୍‌ ଟେଷ୍ଟ ଅଭ୍ୟାସ କରିବାକୁ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି ।
ତେବେ ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ଜାଣିବା ପାଇଁ ଛାତ୍ରମାନେ ଅଫିସିଆଲ ୱେବେସାଇଟ nta.ac.in କିମ୍ବା jeemain.nta.nic.in କୁ ଯାଇ ଜାଣିପାରିବେ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି । ଏଥିସହିତ ଜେଇଇ ସମ୍ପର୍କିତ କୌଣସି ତଥ୍ୟ ଜାଣିବା ପାଇଁ ୦୧୧-୪୦୭୫୯୦୦୦ କଲ କରିପାରିବେ କିମ୍ବା jeemain@nta.ac.in ରେ ମେଲ୍‌ କରିପାରିବେ ।

You might also like