ଆସ୍ଥା ଭୋଟ୍‌ ଜିତିଲେ ମଣିପୁର ମୁଖ୍ୟମନ୍ତ୍ରୀ; ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର/ନୂଆଦିଲ୍ଲୀ:  ମଣିପୁରରେ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସମେତ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦୁଇ ଦିନତଳେ ମଣିପୁର ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଥିଲା ବିରେନ୍ ସିଂ ସରକାର ।
ଗତ ଜୁନ୍ ୧୭ରେ ବିଜେପିର ୩, NPPର ୪, TMCର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବାରୁ ବିରେନ୍ ସିଂ ସରକାର ସଙ୍କଟରେ ପଡ଼ିଥିଲା । ତେବେ ପରେ ୪ NPP ବିଧାୟକ ପୁଣି ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ ।ଏହାସତ୍ତ୍ୱେ ସରକାର ପ୍ରତି ବିପଦ ଟଳିନଥିଲା

ମନ୍ତ୍ରୀପଦକୁ ନେଇ ବିଜେପି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବାରୁ ଅଚଳାବସ୍ଥା ଦୂର ଲାଗି ଲାଗି କେନ୍ଦ୍ରୀୟ ନେତୃତ୍ୱ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଦଳର ବରିଷ୍ଠ ନେତା ମନୋଜ ସିହ୍ନାଙ୍କୁ ଇମ୍ଫାଲ ପଠାଇଥିଲେ । ବୈଜୟନ୍ତ ଇମ୍ଫାଲରେ ରହି ସମସ୍ୟା ସମାଧାନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯାହା ଫଳରେ ସେଠାରେ ବିଜେପି ସରକାର ଉପରୁ ସଙ୍କଟ ଟଳିବାରେ ସାହାଯ୍ୟ କରିଥିଲା।

 

You might also like