ଶୀତକୁ ଖାତିର ନାହିଁ, ଦେଶ ସରକ୍ଷା ପାଇଁ ସୀମାରେ ସଜାଗ ଯୱାନ

ନୂଆଦିଲ୍ଲୀ : ହାଡ଼ ଭଙ୍ଗା ଜାଡ଼କୁ ଖାତିର ନ କରି ଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଯବାନ।  କାଶ୍ମୀର ହେଉ କିମ୍ବା ସୀମା ସଲଗ୍ନ ଯେ କୌଣସି ସ୍ଥାନ। ସବୁଠି ସଦାବେଳେ ତତ୍ପର ଭାରତୀୟ ବୀର ଯବାନ।  ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ସେନା ନିଜର ପାଟ୍ରୋଲିଂ ଓ  ସର୍ଚ୍ଚ ଅପରେସନକୁ ଅଧିକ କଡ଼ାକଡ଼ି କରିଛି ସେନା।

ରାତି ଯେତେ ବଢୁଛି ପାରଦ ସେତେ କମୁଛି।  ହାଡ଼ ଭଙ୍ଗା ଜାଡ଼ରେ ଦେହ ଥରି ଉଠୁଥିବା ଶୀତ। ହେଲେ ଏହାକୁ ଖାତିର ନକରି କାନ୍ଧରେ ବନ୍ଧୁକ ନେଇ ସୀମା ସୁରକ୍ଷାରେ ବାହାରିଛନ୍ତି ସିଆରପିଏଫ୍ ଯବାନ। ଶ୍ରୀନଗର ଜାତୀୟ ରାଜପଥ ମାଇନସ ତାପମାତ୍ରରେ ବି ମନୋବଳ ଦୃଢ। ଯବାନଙ୍କ ଜୋଶ  ଆଗରେ ଯେମିତି ହାର ମାନିଛି ଜାଡ। ଚେକିଂ, ସ୍କାନିଂ ଓ ପାଟ୍ରୋଲିଂରେ ନିୟୋଜିତ ଯବାନ।  ଶୀତ ବଢୁଥିବାରୁ ବାହ୍ୟ ଶତ୍ରୁଙ୍କ ସୀମା ଅନୁପ୍ରବେଶର ବି ରହିଛି ଆଶଙ୍କା। ହେଲେ ପ୍ରତିକୂଳ ପରିସ୍ଥିତିରେ ବି ପୁରା ପ୍ରସ୍ତୁତ ସିଆରପିଏଫର ଏହି ଟିମ୍ । ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ଦେଶ ସୁରକ୍ଷା ଆଗ କରି ଆଗକୁ ବଢୁଛନ୍ତି ଯବାନ। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ଏହି ବାହାଦୁର  ଯବାନ ।

LAC, ତାଓ୍ୱଙ୍ଗ ସେର-ଅରୁଣାଚଳ ପ୍ରଦେଶ ଫରଓ୍ୱାର୍ଡ ପୋଷ୍ଟରୁ ଜରୁରୀ ସାମଗ୍ରୀ ପାଇଁ ଚମରୀ ଗାଈକୁ ପ୍ରସ୍ତୁତ କରୁଛନ୍ତି ଯବାନ। ୧୫ ହଜାର ଫୁଟ୍ ଉପରେ ନିୟୋଜିତ ଯବାନଙ୍କ ନିକଟରେ ପହଞ୍ଚିବାର ଏକମାତ୍ର ସାହାରା ହେଉଛି ଶୀତପ୍ରଧାନ ଅଞ୍ଚଲର ଏହି ପ୍ରାଣୀ। ଏଲଏସିର  ଦୁର୍ଗମ ସ୍ଥାନ ଯେଉଁଠି ସେନା ଗାଡ଼ି ଯିବାର କୌଣସି ବ୍ୟବସ୍ଥା ନାହିଁ। ସେହି ସ୍ଥାନକୁ ଅତି ସହଜରେ ଏହି ଚମରୀ ଗାଇ ମାଧ୍ୟମରେ ହେଉଛି ସାମଗ୍ରୀ ପରିବହନ। ହାଡ଼ଭଙ୍ଗା ଜା଼ଡ଼ରେ ସୀମା ସୁରକ୍ଷାରେ ମୁତୟନ ବୀର ଯବାନଙ୍କ ନିକଟରେ ଖାଦ୍ୟ, ମେଡିସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଏଇ ପଶୁ ରାମବାଣ ଭଳି ସାବ୍ୟସ୍ତ ହୋଇଛି ।

ତାଓ୍ୱଙ୍ଗ ସେରର ସେହି ଗୁରୁତ୍ୱପୂର୍ଣ୍ଣ ସ୍ଥାନ  ଚୀନ୍ ସୀମାକୁ ଲାଗିଥିବା ଅଞ୍ଚଳ ଓ ଏହା ନିକଟରେ ଥିବା ଏଲଏସିରେ ଆକ୍ସନ ମୋଡରେ ରହିଛନ୍ତି ଯବାନ। ଶୀତ କାକରକୁ ଖାତିର ନ କରି ପାଟ୍ରୋଲିଂ କରୁଛନ୍ତି। ବୀର ସୈନିକ ଶତ୍ରୁ ଦେଶର ହରକତ ଉପରେ ତୀକ୍ଷଣ ନଜର ରଖିବା ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାର ନୀରିକ୍ଷଣ କରାଯାଉଛି।  ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନା ସକ୍ଷମ।  ଗତ କିଛି ଦିନ ଧରି ତାପମାତ୍ରାରେ ଦୃତ ହ୍ରାସ ଘଟୁଥିଲେ ମଧ୍ୟ ଯବାନଙ୍କ ଯୋଶ ହାଇ ଅଛି ବୋଲି କହିଛନ୍ତି ସେନା ଅଧିକାରୀ ।

ସେପଟେ ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର। ଲଗାତାର ଭାବରେ ଜାମ୍ମୁ ଓ କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଡାଲ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଶ୍ରୀନଗରରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ସେଲସିଅସକୁ ଖସି ଆସିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାରଦ ମାଇନସ ତଳକୁ ଖସିଥିବା ରେକର୍ଡ କରାଯାଇଛି।

କେବଳ ଡାଲ୍ ହ୍ରଦ ନୁହଁ, ସହରର ନଳାଗୁଡ଼ିକରେ ମଧ୍ୟ ପାଣି ବରଫ ପାଲଟି ଯାଇଛି। ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘର ଭିତରେ ରହୁଛନ୍ତି। ପାଣି ବରଫ ପାଲଟିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପାଣି ବରଫ ହେଉଥିବା କାରଣରୁ ପିଇବା ପାଣିରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଛି। ରାସ୍ତା ଉପରେ ବି ଗଦାଗଦା ବରଫ ପଡିରହିଛି। ତେଣୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଘରୁ ବାହାରିବା ଲାଗି ଲୋକେ ନିଜେ ହିଁ ବରଫ ଭାଙ୍ଗି ରାସ୍ତା ସଫା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ତେବେ ଏପରି ଥଣ୍ଡାରେ ଲୋକେ ଘରୁ ବାହାରିବାରୁ ନାରାଜ କିନ୍ତୁ ଦେଶର ଯୱାନ ମାନେ ରାତିଦିନ ଏକ କରି ସୀମାରେ ପ୍ରହାର ଦେଇ ଦେଶକୁ ଦେଉଛନ୍ତି ସୁରକ୍ଷା। ସତରେ ଯୱାନଙ୍କୁ ସତ ସଲାମ।

You might also like