ସୀମାରେ ଲୋହ୍ରୀ ପର୍ବ ପାଳିଲେ ଯୱାନ

ନୂଆଦିଲ୍ଲୀ: ଲୋହ୍ରୀ ପର୍ବକୁ ବେଶ ଆନନ୍ଦଉଲ୍ଲାସର ସହ ପାଳନ କଲେ ସୀମାରେ କର୍ତ୍ତବ୍ୟରତ ଯବାନ। ନାଚ, ଗୀତ କରିବା ସହ ବେଶ ଉତ୍ସାହର ସହ ଯୱାନମାନେ ଏହି ପର୍ବ ପାଳନ କରିଛନ୍ତି। କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜାମ୍ମୁ ଓ କାଶ୍ମୀର ପୁଞ୍ଚ ଅଞ୍ଚଳରେ। ସୀମା ସୁରକ୍ଷାରେ ନିୟୋଜିତ ୭୨ ବାଟାଲିଅନର ବିଏସ୍ଏଫ୍ ଯବାନମାନେ ଏକାଠି ହୋଇ ଲୋହ୍ରୀ ପାଳନ କରିଥିବା ନେଇ ସୂଚନା ରହିଛି। କେବଳ ଏତିକି ନୁହେଁ ବରଂ ପର୍ବ ପାଳନ ସହ ସମସ୍ତ ଦେଶବାସୀଙ୍କୁ ଲୋହ୍ରୀର ଅଭିନନ୍ଦନ ଜଣାଇଛନ୍ତି।

ଏହାସହ ଅନେକ ଯୱାନ କହିଛନ୍ତି ଯେ, ଆମେ ମାନେ ଏଠାରେ ସୀମାରେ ଜଗିଛୁ। ବିନା କୌଣସି ବାଧାରେ ଦେଶବାସୀ ପର୍ବ ପାଳନ କରନ୍ତୁ କରିବାକୁ ଆହ୍ୱାନ ଦେଇଛନ୍ତି ଯୱାନ। ତେବେ କେବଳ ଏହି ଲୋହ୍ରୀ ପର୍ବ ନୁହେଁ ପୂର୍ବରୁ ଅନେକ ଥର ଯୱାନମାନେ କର୍ତ୍ତବ୍ୟ ସହ ପର୍ବକୁ କିଛି ନିଆରା ଢ଼ଙ୍ଗରେ ପାଳନ କରିବା ଦେଖାଯାଇଛି।

 

 

You might also like