୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଟୋକିଓ: ପ୍ରେମ ପାଇଁ ମା’ ଭୂଲିଗଲା ମମତାର ମୂଲ। ୩ ବର୍ଷର ଶିଶୁକନ୍ୟାକୁ ଛାଡ଼ି ପଳାଇଲା। ମା’କୁ ଚାହିଁ ଚାହିଁ ଭୋକ ଉପାସରେ ଶେଷରେ ଆଖି ବୁଜିଦେଲା କୁନି ଝିଅଟି । ଜାପାନରେ ଘଟିଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଯାହା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

ମା’ ନାମରେ କଳଙ୍କ ଥିଲେ ଏହି ୨୪ ବର୍ଷର ମହିଳା ଜଣକ। ୮ ଦିନ ତଳେ ନିଜର ୩ ବର୍ଷର ଶିଶୁକୁ ଏକ ଆପାର୍ଟମେଣ୍ଟରେ ଏକୁଟିଆ ଛାଡି ନିଜ ବଏଫ୍ରେଣ୍ଡ ସହ ଦେଖା କରିବାକୁ ପଳାଇଥିଲେ । ୮ଦିନ କାଳ ଶିଶୁଟି ନଖାଇ ନପିଇ ଘରେ ପଡ଼ି ରହିଥିଲା। ଶେଷରେ ପିଲାଟି ଆଖି ବୁଜି ଦେଇଥିଲା। ମହିଳାଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପକ୍ଷରେ ମହିଳା ଜଣକ କହିଛନ୍ତି, ପିଲାଟି ଯେ ହାତରେ ଖାଇ, ପିଇ ପାରିବନି ଏକଥା ସେ ଜାଣି ନ ଥିଲେ।

ସ୍ଥାନୀୟ ଗଣମାଧ୍ୟମରୁ ମିଳିଥିବା ତଥ୍ୟରୁ ପ୍ରକାଶ ଯେ, ଉକ୍ତ ମହିଳାଙ୍କ ନାମ ସାକି କାକେହାଶୀ । ସେ ଦୀର୍ଘ ୬୦୦ କିମି ଡ୍ରାଇଭ କରି ତାଙ୍କ ବଏଫ୍ରେଣ୍ଡକୁ ଦେଖା କରିବା ପାଇଁ ଯାଇଥିଲେ। ସେଠାରୁ ଫେରିବା ପାଇଁ ତାଙ୍କୁ ୮ ଦିନ ଲାଗିଥିଲା। ତେବେ ସେ ତାଙ୍କର ୩ ବର୍ଷର ଝିଅକୁ ଘରେ ଛାଡ଼ି ଦେଇ ଯାଇଥିଲେ।

ମହିଳାଜଣକ  ପୋଲିସକୁ କହିଥିଲେ, ସେ ଯେତେବେଳେ ଘରେ ପହଞ୍ଚିଲେ, ଦେଖିଲେ ଚଟାଣ ଉପରେ ଶୋଇଛି। ତୁରନ୍ତ ସେ ଡାକ୍ତରଙ୍କୁ ଫୋନ କରିଥିଲେ। ଡାକ୍ତର ପହଞ୍ଚି ପରୀକ୍ଷା କରିବା ପରେ କହିଥିଲେ ଯେ ଦୁଇ ଦିନ ପୂର୍ବରୁ ପିଲାଟିର ମୃତ୍ୟୁ ଘଟିଛି। ମହିଳାଜଣକ ପୋଲିସକୁ ଆହୁରି କହିଛନ୍ତି ଯେ, ପିଲାଟି ପାଇଁ ଯଥେଷ୍ଟ ଖାଦ୍ୟ ରଖି ଯାଇଥିଲେ। ତେବେ ପିଲାଟିର ମୃତ୍ୟୁ ଅନ୍ୟ କିଛି ରୋଗରୁ ହୋଇଥାଇ ପାରେ। କାରଣ ସେ ଅଧିକାଂଶ ସମୟ ରୋଗରେ ପଡ଼ିଥାଏ।

ଏଠି କହିରଖିବୁ, ଗତବର୍ଷ ମହିଳାଜଣକ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ। ପୋଲିସ ଉକ୍ତ ମହିଳାଙ୍କୁ ଶିଶୁ ହତ୍ୟା ଅପରାଧରେ ଗିରଫ କରିଛି।

ପୋଲିସ ତଦନ୍ତ ପରେ କହିଛି, ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା। ଏପରିକି ଦୀର୍ଘ ଦିନ ଧରି ତା’ର ନାପକିନ୍‌ ବଦଳା ଯାଇ ନ ଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ,ପିଲାଟିର ମୃତ୍ୟୁ ଡିହାଇଡ୍ରେସନ ଏବଂ ଅନାହାର ଯୋଗୁ ହୋଇଛି। ମହିଳାଙ୍କ ଆପର୍ଟମେଣ୍ଟ ଅବସ୍ଥା ମଧ୍ୟ ବହୁତ ଖରାପ ଥିଲା। ଏଠାରେ ଖାଇବା, ପିଇବା ପାଇଁ କିଛି ନ ଥିଲା। ।

 

ଆହୁରି ପଢ଼ନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

You might also like