ରାତି ପାହିଲେ ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: କୋରନା ଭାଇରସର ମୁକାବିଲା ଲାଗି ସାମାଜିକ ଦୁରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆସନ୍ତାକାଲି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ଯାଏଁ ୧୪ ଘଣ୍ଟା ଧରି ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ପୂରା ଦେଶ।

ଏହି ସମୟ ମଧ୍ୟରେ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ ସ୍ୱାସ୍ଥ୍ୟ, ଖାଦ୍ୟ ଓ ଯୋଗାଣ,ଗଣମାଧ୍ୟମ ଆଦି ସେବା କିନ୍ତୁ ଏଥିରୁ ବାଦ୍ ପଡ଼ିବେ। ଏହି ସମୟ ମଧ୍ୟରେ ମେଡିକାଲ ଭଳି ଅତ୍ୟାବଶ୍ୟକ ସେବାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଅନ୍ୟମାନେ ଘର ଛାତ ଉପରକୁ ଯାଇ ତାଳି, ଘଣ୍ଟି କିମ୍ବା ଥାଳି ବାଡ଼େଇ ସେମାନଙ୍କୁ ଧନ୍ୟବାଦ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଏପଟେ ଜନତା କର୍ଫ୍ୟୁ ପାଳନ ବେଳେ ଆସନ୍ତାକାଲି ଭାରତୀୟ ରେଳ ପକ୍ଷରୁ ୩ ହଜାର ୭୦୦ ଯାତ୍ରୀ ବାହୀ ଟ୍ରେନ୍ ସେବା ବନ୍ଦ ରଖିବାକୁ ଘୋଷଣା ହୋଇଛି.

You might also like