ଜାମ୍ମୁରେ ଯୁଆଡେ ଚାହିଁବେ କେବଳ ବରଫ ହିଁ ବରଫ

ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର

ଜାମ୍ମୁ: ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର। ଲଗାତାର ଭାବରେ ଜାମ୍ମୁ ଓ କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଡାଲ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଶ୍ରୀନଗରରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ସେଲସିଅସକୁ ଖସି ଆସିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାରଦ ମାଇନସ ତଳକୁ ଖସିଥିବା ରେକର୍ଡ କରାଯାଇଛି।

କେବଳ ଡାଲ୍ ହ୍ରଦ ନୁହଁ, ସହରର ନଳାଗୁଡ଼ିକରେ ମଧ୍ୟ ପାଣି ବରଫ ପାଲଟି ଯାଇଛି। ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘର ଭିତରେ ରହୁଛନ୍ତି। ପାଣି ବରଫ ପାଲଟିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପାଣି ବରଫ ହେଉଥିବା କାରଣରୁ ପିଇବା ପାଣିରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଛି। ରାସ୍ତା ଉପରେ ବି ଗଦାଗଦା ବରଫ ପଡିରହିଛି। ତେଣୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଘରୁ ବାହାରିବା ଲାଗି ଲୋକେ ନିଜେ ହିଁ ବରଫ ଭାଙ୍ଗି ରାସ୍ତା ସଫା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

You might also like